ଆସି ହେଲାଣି ଶୀତ ଦିନ କିନ୍ତୁ ଏଯାଏଁ ଗରମରୁ ନାହିଁ ନିସ୍ତାର । ନଭେମ୍ବରରେ ଥରାଇବା କଥା ଶୀତ କିନ୍ତୁ ଗରମର ପ୍ରକୋପ ଯାଉନାହିଁ । ରାଜସ୍ଥାନ , ଜୈସଲମେର ଏବଂ ବିକାନେର ରେ ଏବେ ବି ଗରମରୁ ମୁକ୍ତି ମିଳିନି । ରାଜସ୍ଥାନରେ 123 ବର୍ଷର ରେକର୍ଡ଼ ଭାଙ୍ଗିଛି ଗରମ । ବାଡ଼ମେର ରେ ସବୁଠାରୁ 37.8 ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।
ପାଣିପାଗ ବିଭାଗର କହିବାନୁଯାୟୀ ଥଣ୍ଡାର ପ୍ରଭାବ ନଭେମ୍ବରର ଦ୍ବିତୀୟ ସପ୍ତାହରୁ କିଛି ମାତ୍ରାରେ ବଢିବାର ସମ୍ଭାବନା ଅଛି । ବାଡ଼ମେର ରେ ଏପର୍ଯ୍ୟନ୍ତ ଥଣ୍ଡା ପଡ଼ିନଥିଲେ ମଧ୍ୟ ଏଠାରେ ଥିବା ମହାବୀର ପାର୍କ ନିକଟରେ ଲାଗିଥିବା ଶୀତ ପୋଷକର ଆସର ଜମିଥିଲେ ମଧ୍ୟ କେହି ଗ୍ରାହକ କିଣିବା କୁ ଯାଉନାହାଁନ୍ତି । ଦିନରେ ପ୍ରବଳ ଗରମ ଯୋଗୁ କୁଲର ଏସି ଏପର୍ଯ୍ୟନ୍ତ ଲାଗୁଛି । ରାତିରେ ମଧ୍ୟ ଫ୍ୟାନର ସ୍ପିଡ଼ କମିନାହିଁ । ଗରମରେ ହନ୍ତସନ୍ତ ହେଉଛନ୍ତି ବାଡ଼େମରର ଲୋକେ ।