ରାତିରେ ଆସିଲେ ଝରକା ଭାଙ୍ଗିଲେ । ଗ୍ରୀଲ ତାଡ଼ି ଘର ଭିତରେ ପଶିଲେ , ଯାହା ପାଇଲେ ସବୁ ନେଇଗଲେ । ଭୁବନେଶ୍ବର ଇନଫୋସିଟି ଥାନା ଅନ୍ତର୍ଗତ ଶ୍ରୀଗଣେଶ ବିହାର ଅଞ୍ଚଳରେ ବିଧାନସଭାର ଅବସାରପ୍ରାପ୍ତ କର୍ମଚାରୀ ବଂଶୀଧର ଗୌଡ଼ଙ୍କ ଘରେ କଳା କନା ବୁଲାଇଚନ୍ତି ଲୁଟେରା । ଆଲମାରୀ ଭାଙ୍ଗି ପାଖାପାଖି 25 ଲକ୍ଷ ଟଙ୍କାର ସୁନା ଗହଣା ଓ ମୂଲ୍ୟବାନ ସମ୍ପତ୍ତି ନେଇ ଫେରାର ହୋଇଯାଇଛନ୍ତି । ଗୁରୁତ୍ବପୂଣ୍ଣ କଥା ହେଇଛି ସମାନ ଅଞ୍ଚଳରେ 15 ଦିନ ତଳେ ସମାନ ଢଙ୍ଗରେ ଚୋରି ହୋଇଥିଲା । ଏବେ ପୁଣି ସେହି ଅଞ୍ଚଳରେ ଚୋରି ହେବା ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପାଟ୍ରେଲିଂ ନ ହେବା କାରଣରୁ ଏଭଳି ଲୁଟ ହେଉଥିବା କହିଛନ୍ତି ଲୁଟ ଶିକାର ବ୍ୟକ୍ତି ।