ଲୋକଙ୍କ ନିକଟରେ ଭୋଜନ ପହଞ୍ଚାଉଥିବା ଦେଶର ଦୁଇ ଅନଲାଇନ ପ୍ଲାଟଫର୍ମ ସ୍ବିଗି ଓ ଜୋମାଟୋ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି । ଏହି ଦୁଇ ସଂସ୍ଥା ଦେଶର ପଅତିଯୋଗିତା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି କାରବାର କରୁଛନ୍ତି । ସେମାନେ ବଡ଼ ବଡ଼ ସଂସ୍ଥାକୁ ପ୍ରାଥମିକତା ଦେଉଛନ୍ତି । ସେମାନଙ୍କ ସହିତ ସ୍ବତନ୍ତ୍ର ରାଜିନାମା କରି ନିଜ ଆପ ଓ ଓ୍ବେବସାଇଟରେ ସେହି ସଂସ୍ଥାଗୁଡ଼ିକ ଯେଭଳି ଅଧିକ ବରାଦ ପାଇବେ ତାହାର ବ୍ୟବସ୍ଥା କରୁଥିବା ଭାରତୀୟ ପ୍ରତିଯୋଗିତା କମିସନ କରିଥିବା ଏକ ତଦନ୍ତରୁ ଜଣାପଡ଼ିଛି ।
ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟ କହୁଛି ଯେ ଜୋମାଟୋ କିଛି ରେସ୍ତୋରଁଠାରୁ କମିସନ ନେଇ ସେମାନଙ୍କୁ ଅଗ୍ରାଧିକାର ଦେଉଛି । ସେହି ସମୟରେ ସ୍ବିଗି କିଛି ରେସ୍ତୋରାଁ ସହ ସ୍ବତନ୍ତ୍ର ରାଜିନାମା କରି ସେମାନଙ୍କ ବ୍ୟବସାୟ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରତିଶ୍ରୁତି ଦେଇଛି । ସେମାନେ ବଡ଼ ରେସ୍ତୋରାଁଗୁଡ଼ିକ ସହ ସ୍ବତନ୍ତ୍ର ବୁଝାମଣା କରି ସେମାନଙ୍କୁ ସାହାର୍ଯ୍ୟ କରୁଥିବାରୁ ଅନ୍ୟ ଛୋଟ ଛୋଟ ରେସ୍ତୋରାଁ ଲାଗି ବ୍ୟବସାୟର କୌଣସି ସୁଯୋଗ ରହୁନାହିଁ । ଭାରତୀୟ ଜାତୀୟ ରେସ୍ତୋରାଁ ସଂଘ ପକ୍ଷରୁ ଅଭିଯୋଗ କରାଯିବା ପରେ ସିସିଆଇ ପକ୍ଷରୁ 20222 ରେ ଏହି ତଦନ୍ତ ଆରକ୍ଭ କରାଯାଇଥିଲା ।