ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଆଇଏସସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଶକ୍ତି ବିଭାଗର ସଚିବ ପଦରୁ ହେମନ୍ତ ଶର୍ମାଙ୍କୁ ବଦଳି କରାଯାଇଛି । ପ୍ରମୁକ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଖାଦ୍ୟ ଯୋଗାଣ ସଚିବ ପଦରୁ ବୀର ବିକ୍ରମ ଯାଦବଙ୍କୁ କାଢି ଦିଆଯାଇଛି । ତାଙ୍କ ସ୍ଥାନରେ ପ୍ରମୁଖ ସଚିବ ସଞ୍ଜୟ ସିଂଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।
ସେହିଭଳି କ୍ରୀଡ଼ା ସଚିବ ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲ ସିଏମଡ଼ି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । କେନ୍ଦ୍ରୀୟ ଡ଼େପୁଟେଶନରୁ ଫେରିଥିବା ଗିରିଶ ଏସଏନଙ୍କୁ ପଞ୍ଚାୟତିରାଜ ଦାୟିତ୍ବ ମିଳିଛି । ସ୍ବତନ୍ତ୍ର ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୟନ ହସ୍ତତନ୍ତ ବିଭାଗ ଦାୟିତ୍ବ ମିଳିଛି । ଏଥିସହ ତାଙ୍କୁ ଅବକାରୀ କମିଶନର ସଚିବ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି ।