ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ହେ ତୋ ସେଫ ହେ ଅର୍ଥାତ ଏକତା ରଖିଲେ ହିଁ ସୁରକ୍ଷିତ ରହିବା ସ୍ଳୋଗାନକୁ ସମାଲୋଚନା କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ ସେ ଶନିବାର ଦିନ ଅଭିଯୋଗ ଆଣି କହିଛନ୍ତି କି ମହାରାଷ୍ଟ୍ର ଏକ ସୁରକ୍ଷିତ ରାଜ୍ୟା ପ୍ରଧାନମନ୍ତ୍ରୀ ଯେତେବେଳେ ବି ରାଜ୍ୟ ଗସ୍ତରେ ଆସନ୍ତି ସେତେବେଳେ ଅସ୍ତିରତା ସୃଷ୍ଟି କରନ୍ତି । ତାଙ୍କ କହିବା କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତରେ ବିଭାଜନ ସୃଷ୍ଟି ଏବଂ ଅଶାନ୍ତି ସୃଷ୍ଟି ହେବାର ପ୍ରୟାସ ରହିଥିାଏ । ନିରାପତ୍ତାକୁ ପ୍ରକୃତରେ ସୁନିଶ୍ଚିତ କରିବା ପାଇଁ ଆମକୁ ବିଜେପି ହଟାଇବାକୁ ପଡ଼ିବ ବୋଲି ସିଭସେନା ନେତା କହିଛନ୍ତି ।
ସଞ୍ଜୟ ରାଉତ ଆହୁରି ବି କହିଛନ୍ତି, ‘‘ମୁଁ ବୁଝିପାରୁନାହିଁ ଯେ ପ୍ରଧାନମନ୍ତ୍ରୀ କାହିଁକି ଏପରି ସବୁ ସ୍ଲୋଗାନ୍ ଦେଉଛନ୍ତି। ପୂର୍ବ ସ୍ଲୋଗାନ୍ ‘ବଟେଙ୍ଗେ ତ କଟେଙ୍ଗେ’ ଫେଲ୍ ହେବା ପରେ ପୁଣି ବର୍ତ୍ତମାନ ନୂଆ ସ୍ଲୋଗାନ ଆରମ୍ଭ କରିଛନ୍ତି।’’
ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ କଂଗ୍ରେସ ଗୋଟିଏ ଜାରିକୁ ଅନ୍ୟ ଜାତି ବିରୋଧରେ ଉସୁକାଉଥିବା ଅଭିଯୋଗ ଆଣିବା ସହ ଏକତା ରକ୍ଷା କରିବା ପାଇଁ କହି ଏହି ସ୍ଲୋଗାନ୍ ଦେଇଥିଲେ।
ମୋଦୀ କହିଥିଲେ, “କଂଗ୍ରେସ ଦଳର ଏକମାତ୍ର ଏଜେଣ୍ଡା ହେଉଛି ଗୋଟିଏ ଜାତିକୁ ଅନ୍ୟ ଜାତି ବିରୁଦ୍ଧରେ ଉସୁକାଇବା। ସେମାନେ ଚାହାଁନ୍ତି ନାହିଁ ଯେ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ବ୍ୟକ୍ତି ନିଜ ନିଜର ପରିଚୟ ପାଆନ୍ତୁ। ମୋଦୀ ଏହି ଅଭିଯୋଗ ଆଣିବା ପ୍ରସଂଗରେ କହିଥିଲେ କି ‘ଏକ୍ ହେ ତୋ ସେଫ୍ ହେ’।