ଧାର୍ମିକ ଚିନ୍ତାଧାର ନେଇ ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରକୁ ଆସିଥିବା ଜଣେ ପର୍ଯ୍ୟଟକ ଶନିବାର ହ୍ରଂସ ହୋଇଛନ୍ତି । ସଂପୃକ୍ତ ପର୍ଯ୍ୟଟକ ନିଜେ ତୀର୍ଥସ୍ଥଳକୁ ଆସିଥିବାର ହିତାହିତ ଜ୍ଞାନ ଭୁଲି ଯାଇଛନ୍ତି । ଜଣେ ବଙ୍ଗୀୟ ଧାର୍ମିକ ପର୍ଯ୍ୟଟକଙ୍କ ଆକ୍ରମଣରେ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ଯେଉଁଥିରେ କି ତାଙ୍କର ମୁଣ୍ଡ ଫାଟିଥିବା କୁହାଯାଇଛି । ଆହତ ପୁଲିସ କର୍ମଚାରୀ ହେଲେ ଗୁପ୍ତେଶ୍ବର ରାଉତ ।
ସୂଚନା ଅନୁସାରେ ଅନ୍ୟ ଭକ୍ତଙ୍କ ପରି ବଙ୍ଗୀୟ ପର୍ଯ୍ୟଟକ ମଧ୍ୟ ଆଜି ଅପରାହ୍ନରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଘଣ୍ଟିଦ୍ବାର ନିକଟରେ ପ୍ରବେଶକୁ ନେଇ ତାଙ୍କର ସହ ଗୁପ୍ତେଶ୍ବର ରାଉତଙ୍କ ବଚସା ହୋଇଥିଲା । ଏଥିରେ ବଙ୍ଗୀୟ ଉତ୍ୟକ୍ତ ହୋଇଥିଲେ । ଜେଟିପି ଗୁପ୍ତେଶ୍ବର ରାଉତରାୟଙ୍କୁ ଆକ୍ରମଣ କରିଥିଲେ । ଶ୍ରୀ ରାଉତଙ୍କ ମୁଣ୍ଡ ଫାଟିଯାଇଥିବା ସୂଚନା ମିଳିଛି ।
ଏହି ଘଟଣା ନେଇ ଶ୍ରୀମନ୍ଦିର ପୁଲିସ ଓ ବଙ୍ଗୀୟ ପର୍ଯ୍ୟଟକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସିଂହଦ୍ବାର ପୁଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣା ଯୋଗୁଁ ଶ୍ରୀମନ୍ଦିରରେ କିଛି ସମୟ ପାଇଁ ସାମାନ୍ୟ ଚାପା ଉତ୍ତେଜନା ଦେଖାଯାଇଥିଲା ।