ଆସନ୍ତା ନଭେମ୍ବର 20 ବୁଧବାର ମହାରାଷ୍ଟ୍ରରେ ନିର୍ବାଚନ ଯୋଗୁଁ ଷ୍ଟକ ବଜାରରେ ଛୁଟି ରହିବ । ଅର୍ଥାତ ସେହିଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ ।
ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର 20 ରେ ଭୋଟ ଗ୍ରହଣ ହେବ । ଗୋଟିଏ ପର୍ଯ୍ୟାୟରେ ଏହି ଭୋଟଗ୍ରହଣ ହେବ । ଏଥିପାଇଁ ଷ୍ଟକ ମାର୍କେଟରେ ଛୁଟି ଘୋଷଣା କରାଯାଇଛି । ଏ ନେଇ ଷ୍ଟକ ମାର୍କେଟ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇଛି । ସେହିଦିନ ମୁଦ୍ରା ବଜାର ଏବଂ କମୋଡ଼ିଟି ଏକ୍ସଚେଞ୍ଜରେ ମଧ୍ୟ ଛୁଟି ରହିବ । ଆର୍ଥିକ ରାଜଧାନୀ ମୁମ୍ବାଇରେ ଷ୍ଟକ ବଜାର ବନ୍ଦ ରହୁଥିବାରୁ ଦେଶର ଅନ୍ୟ ଷ୍ଟକ ବଜାରରେ ବି କାରବାର ହେବ ନାହିଁ ।
ନଭେମ୍ବରରେ ମୋଟ 12 ଦିନ ପାଇଁ ଷ୍ଟକ ମାକେର୍ଟ ବନ୍ଦ ରହିବ ଏବଂ ଏହାର କାରଣ ହେଉଛି ପର୍ବପର୍ବାଣୀ ଓ ସ୍ବତନ୍ତ୍ର ଛୁଟି । ନଭେମ୍ବର 1 ତାରିଖ ଶୁକ୍ରବାର ଦୀପାବଳୀ ଅବସରରେ ଷ୍ଟକ ମାର୍କେଟ ବନ୍ଦ ରହିଥିଲା । ଏହାପରେ ନଭେମ୍ବର15 ତାରିଖ ଶୁକ୍ରବାର ଦିନ ଗୁରୁ ନାନକ ଜୟନ୍ତୀ ଯୋଗୁଁ ଷ୍ଟକ ବଜାର ବନ୍ଦ ରହିବ । ଏହାପରେ ନଭେମ୍ବର 20 ତାରିଖ ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଦିନ ଷ୍ଟକ ମାର୍କେଟ ବନ୍ଦ ରହିବ । ସେହିପରି ମାସର ସମସ୍ତ ଶନିବାର ଓ ରବିବାରରୁ ମିଶାଇ ନଭେମ୍ବର ମାସକୁ ମୋଟ 12 ଦିନରେ ଷ୍ଟକ ମାର୍କେଟ ଛୁଟିରେ ଅନ୍ତର୍ଭୁକ୍ତ କରାଯାଇଛି ।