ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ କାହିଁକି ପାକିସ୍ତାନ ଯିବନି ଭାରତ । ଏନେଇ ଗତ କିଛି ମାସ ହେଲା ଆଲୋଚନା ହେଉଛି । ତେବେ ସୁରକ୍ଷା ପାଇଁ ଭାରତ ଖେଳିବାକୁ ପାକିସ୍ତାନରେ ମନା କରୁଛି । ଆସନ୍ତା ବର୍ଷ ଫେବ୍ରୁଆରିରେ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବନାହିଁ ଏହା ସ୍ପଷ୍ଟ ହୋଇଛି । ଚାମ୍ପିଅନ୍ସ ଟ୍ରଫି ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ।
ଭାରତୀୟ ଦଳର ମ୍ୟାଚଗୁଡ଼ିକୁ ଦୁବାଇରେ ଖେଳାଯାଇପାରେ । କୌଣସି ନିରପେକ୍ଷ ସ୍ଥାନରେ ଖେଳାଯାଉ ବୋଲି ବିସିସିଆଇ ପାକିସ୍ତାନକୁ ଜଣାଇଛି । ପାକିସ୍ତାନ କ୍ରିକେଟ ବୋର୍ଡ଼ ର ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତର ମ୍ୟାଚଗୁଡ଼ିକ ଦୁବାଇରେ ଆୟୋଜିତ ହେବା ନେଇ କଥା ଚାଲିଛି । ଭାରତର ମ୍ୟାଚ ଲାହୋରରେ ଖେଳାଯିବାକୁ ସ୍ଥିର କରିଥିଲା ପାକିସ୍ତାନ । କିନ୍ତୁ ଭାରତ ଏଥିରେ ରାଜି ନାହିଁ ।
କିଛି ଦିନ ପୂର୍ବରୁ ଏଠାରେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜିତ ହୋଇଥିଲା। ବାଂଲାଦେଶରୁ ଏହି ବିଶ୍ବକପ୍ ସ୍ଥାନାନ୍ତର ହୋଇ ୟୁଏଇକୁ ଚାଲିଯାଇଥିଲା। ଦୁବାଇରେ ଭାରତର ମ୍ୟାଚ୍ ଖେଳାଯାଏ ତାହା ହେଲେ ଆଇସିସି ପାଇଁ କୌଣସି ସମସ୍ୟା ହେବ ନାହିଁ। କାରଣ ଚାମ୍ପିଅନ୍ସ ଟ୍ରଫିରେ ଭାରତର ମ୍ୟାଚ୍ଗୁଡ଼ିକୁ ଆୟୋଜନ କରିବାରେ କୌଣସି ସମସ୍ୟା ରହିବନି । ଏଥିସହିତ ଦୁବାଇରେ ହୋଟେଲ୍, ଯାତାୟାତ, ରହଣି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ କୌଣସି ସମସ୍ୟା ନାହିଁ ।