ସୋସିଆଲ ମିଡିଆରେ ନାମ ବଦଳାଇ ଯୁବତୀଙ୍କ ସହ ବନ୍ଧୁତା କଲେ ମନସୁର । ପରେ ଯୁବତୀଙ୍କ ସହ ସଂପର୍କ ବଢ଼ାଇ ଫଟୋ ନେଲେ । ତାପରେ ବିବାହ କରିବାକୁ କହି ବ୍ଲାକ୍ ମେଲ କଲେ । ଧର୍ମ ବଦଳାଇବାକୁ କହିଲେ । ଏହା ପରେ ଟଙ୍କା ମାଗି ବ୍ଲାକ୍ ମେଲ୍ କରୁଥିଲେ ମନସୁର । ଏପରି ଘଟଣା ଘଟିଛି ଭୁବନେଶ୍ବରରେ । ଅଭିଯୋଗ ପରେ ଯୁବକକୁ ଅଟକ ରଖିଛି ପୋଲିସ ।
ଭୁବନେଶ୍ବରରେ ଲଭ ଜିହାଦ୍ ନେଇ ଚର୍ଚା ଜୋର ଧରିଛି । ରାଜଧାନୀରେ ଯୁବତୀଙ୍କୁ ଟ୍ରାପରେ ପକାଇ ଟଙ୍କା ଲୁଟିନେଲା ଜମ୍ମୁ-କାଶ୍ମୀରର ଯୁବକ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ମୋବାଇଲରେ ସୁଟ୍ କରି ଯୁବତୀ ଓ ତାଙ୍କ ପରିବାରକୁ ବ୍ଲାକମେଲ୍ କରିବା ସହ ଟଙ୍କା ମାଗିଲା । କେବଳ ସେତିକି ନୁହେଁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବି ଚାପ ପକାଉଥିଲା ଅଭିଯୁକ୍ତ ଜଣଙ୍କ । ଏପରିକି ଯୁବତୀଙ୍କ ବାପା, ମାଆଙ୍କୁ ଝିଅର ଭିଡିଓ ପଠାଇ ୫ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି ।
ଜମ୍ମୁ-କାଶ୍ମୀର ସମୀର ମନସୁର ନାମକ ବ୍ୟକ୍ତି ବିରୋଧରେ ଏଭଳି ସାଂଘାତିକ୍ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ସମୀର ମନସୁରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଧାରା ୧୬୧ରେ ପୀଡିତାଙ୍କ ବୟାନ ରେକର୍ଡ କରି ପୋଲିସ ଘଟଣାର ତଦନ୍ତ କରୁଛି ।
ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ କରିବା ଅଭିଯୋଗ ପରେ ପୋଲିସ ମାମଲା ଦାଖଲ କରିଛି । ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇଥିବା ମନସୁରକୁ ଅଟକ ରଖିଛି ପୋଲିସ । ବିହାରରୁ ଓଡିଶା ଆସି ଯୁବତୀଙ୍କୁ ପୁରୀ ନେଇଥିଲା ଅଭିଯୁକ୍ତ। ସେଠାରେ ଏକ ହୋଟେଲକୁ ନେଇଥିଲା । ସେଠାରେ ବିବାହ କରିବାକୁ କହି କିଛି ଆପତ୍ତିଜନକ ଫଟୋ ଉଠାଇଥିଲା । ପରେ କାଶ୍ମୀର ନେବାକୁ କହି ଆସିବା ବେଳେ ଧରାପଡ଼ିଛି ମନସୁର । କଟକରୁ ଗିରଫ ହେଲା ସମୀର ମନସୁର। ଅଭିଯୁକ୍ତ ସୋସିଆଲ ମିଡ଼ିଆରରେ ବନ୍ଧୁତା ସୃଷ୍ଟି କରିଥିଲା ।ସୋସିଆଲ ମିଡ଼ିଆରେ ଫଟୋକୁ ଅଶ୍ଳୀଳ କରି ପୋଷ୍ଟ କରି ମାଗୁଥିଲା ଟଙ୍କା । ଯୁବତୀ ମହିଳା ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ।