ଜମ୍ମୁ କଶ୍ମୀର ବିଧାନସଭାରେ ଗୁରୁବାର ଦିନ ଏକ ହାଇ ଭୋଲଟେଜ ଡ଼୍ରାମା ଦେଖିବାକୁ ମିଳିବା ପରେ ଆଜି ମଧ୍ୟ ସେଇଭଳି ପରିସ୍ଥିତି ଉପୁଜିଛି । ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ସୋମବାର ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଅଧିବେଶନରେ ଲଗାତର ଦ୍ବିତୀୟ ଦିନ ଗଣ୍ଡଗୋଳ ଉପୁଜିଥିବା ଦେଖିବାକୁ ମିଳିଛି । ଏପଟେ ବିଜେପି ନେତାମାନେ ଭାରତ ମାତା କି ଜୟ ବୋଲି କହି ସ୍ଳୋଗାନ ଦେଉଛନ୍ତି ।
ଗତକାଲି ଧାରା 370 ଲେଖାଥିବା ଏକ ପୋଷ୍ଟର ଦେଖାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଯାହାକୁ ବିଜେପି ବିଧାୟକମାନେ ବିରୋଧ କରିବାରୁ ମାରପିଟ ଯାଏଁ କଥା ଯାଇଥିଲା । ଖୁର୍ସିଦ ଅହମଦ ସେଖ ଏହି ପୋଷ୍ଟର ଦେଖାଇଥିଲେ । ସେ ହେଉଛନ୍ତି ଜେଲ ଦଣ୍ଡାଦେଶ ପାଇଥିବା ବାରମୁଲା ଲୋକସଭା ସାଂସଦ ଇଞ୍ଜିନିୟର ରସିଦଙ୍କ ଭାଇ ।
ବିଜେପି ଓ ଶାସକ ବିଧାୟକଙ୍କ ମଧରେ ମାରପିଟ ହୋଇଥିବା ବେଳେ ବାଚସ୍ପତି ବିଧାୟକ ଖୁର୍ସିଦ ଅହମଦ ସେଖଙ୍କ ପକ୍ଷ ନେଉଥିବା ନେଇ ଅଭିଯୋଗ କରିଥିଲେ ବିରୋଧୀ ଦଳ ନେତା ।