ଭାରତୀୟ ହକି 100 ବର୍ଷରେ ପଦାର୍ପଣ କରିଛି । ଏହି ଶତକୀୟ ବର୍ଷକୁ ହକି ଇଣ୍ଡିଆ ସ୍ମରଣୀୟ କରିବାକୁ ଉତ୍ସବ ଆରମ୍ଭ କରିଛି। ଶତକୀୟ ବର୍ଷରେ ହକି ଇଣ୍ଡିଆ ଲିଗ ପୁରୁଷ ଓ ମହିଳା ଲିଗ ଆରମ୍ଭ କରି ଏହାକୁ ସ୍ମରଣୀୟ କରିବାକୁ ଯୋଜନା କରିଛି । ହକି କ୍ରୀଡ଼ାର ଜାତୀୟ ସଂଘ ଆନୁଷ୍ଠାନିକ ଭାବେ 7 ନଭେମ୍ବର 1925 ରେ ଗ୍ବାଲିଅରଠାରେ ଆରମ୍ଭ ହୋଇଥିଲା । ଏହି ସମୟରେ ହକିରେ ଭାରତ ଶକ୍ତିଶାଳୀ ଥିଲା । ଗତ 99 ବର୍ଷରେ ଏହି ଖେଳରେ ଭାରତ ବହୁ ସଫଳତା ପାଇଛି । 8 ଅଲମ୍ପିକ୍ ସ୍ବଣ୍ଣ ଜିତିଥିବା ବେଳେ ଥରେ ରୌପ୍ୟ ଓ 4 ଥର କାଂସ୍ୟ ଜିତିଛି । ଥରେ ବିଶ୍ବକପ ଜିତିଥିଲା ବେଳେ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପାଇଛି । ପ୍ରାକୃତିକ ପଡ଼ିଆଠାରୁ କୃତ୍ରିକ ଟର୍ଫ ପର୍ଯ୍ୟନ୍ତ ଭାରତୀୟ ହକି ଲଗାତାର ବଢିବାକୁ ଲାଗିଛି । ବିଗତ ଗୋଟିଏ ଦଶନ୍ଧି ହେବ ଭାରତୀୟ ହକିର ନବୀକରଣ ହୋଇଛି । 52 ବର୍ଷ ଭାରତର ପୁରୁଷ ଦଳ ଲଗାତାର ଅଲିମ୍ପକ୍ସରେ କାଂସ୍ୟ ଜିତିଥିଲା ବେଳେ ମହିଳା ଦଳ ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହି ଇତିହାସ ରଚିଥିଲା । ଏଥିନେଇ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଭାରତୀୟ ହକିର 100 ବର୍ଷ ପୂର୍ତି ଉପଲକ୍ଷେ ପୁରୁଷ ହିଲ ପୁଣି ଥରେ ଆରମ୍ଭ ହେଉଛି । ପ୍ରଥମ ଥର ମହିଳା ହିଲ୍ ଆୟୋଜନ କରୁଛୁ। ଚଳିତ ବର୍ଷବ୍ୟାପୀ ଆମେ ବିଭିନ୍ନ ଢଙ୍ଗରେ ଶତକୀୟ ବର୍ଷକୁ ପାଳନ କରି ଭାରତୀୟ ହକିର ଗୌରବକୁ ମନେ ପକାଇବୁ।