ସୁନା ଗହଣା କିଣିବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ଖୁସି ଖବର । ରାଜଧାନୀରେ ଗୋଟିଏ ଦିନରେ ସୁନା ଦାମ 1650 ଟଙ୍କା ଭଳି ବଡ଼ ଧରଣର ହ୍ରାସ ଘଟିଛି । ଏହାର ପ୍ରଭାବରେ 22 କ୍ୟାରେଟ ସୁନାର 10 ଗ୍ରାମ ପିଛା ଦାମ 72 ହଜାର ଟଙ୍କାକୁ ଖସିଆସିଛି । ଗତକାଲି ଏହି ଦର 73 ହଜାର 650 ଟଙ୍କା । ସେହିପରି 24 କ୍ୟାରେଟ ସୁନାର ଗ୍ରାମ 72 ହଜାର ଟଙ୍କାକୁ ଖସିଆସିଛି । ଗତକାଲି ଏହି ଦର 73 ହଜାର 650 ଟଙ୍କା । ସେହିପରି 24 କ୍ୟାରେଟ ସୁନାର 10 ଗ୍ରାମ ପିଛା ଦାମ 1790 ଟଙ୍କା ହ୍ରାସ ପାଇ 78,560 ଟଙ୍କା ହୋଇଛି । ଦିନକ ପୂର୍ବରୁ ଏହାର ଦାମ 80 ହଜାର ଟଙ୍କାରୁ ଅଧିକ ଥିଲା । ଚଳିତ ମାସ 1 ତାରିଖରେ 22 କ୍ୟାରେଟ ସୁନା ଦାମ 73 ହଜାର 850 ଟଙ୍କା ଥିଲା । ଗୋଟିଏ ସପ୍ତାହ ମଧ୍ୟରେ ସେଥିରେ ଚାରି ଦିନ ହ୍ରାସ ଘଟିଥିବା ବେଳେ ଦୁଇ ଦିନ ଦାମ ଅପରିବର୍ତିତ ରହିଥିଲା । କେବଳ ସୁନା ନୁହେଁ ରୁପା ମଧ୍ୟ ଶସ୍ତା ହୋଇଛି । ରୁପାର କେଜି ପିଛିା ଦାମ 3000 ଟଙ୍କା ହ୍ରାସ ପାଇ 1,02,000 ଟଙ୍କାକୁ ଖସିଆସିଛି । ଗତକାଲି ରୁପା କେଜି 1,05 ୦୦୦ ଟଙ୍କା ଥିଲା। ଗତ ଅକ୍ଟୋବର ୩୧ରେ ରୁପା କେଜି ୧,୦୯,୦୦୦ ଟଙ୍କା ଥିଲା। ସପ୍ତାହକ ଭିତରେ ସେଥିରେ ୭୦୦୦ ଟଙ୍କାର ହ୍ରାସ ଘଟିଛି।
ସୁନା ଓ ରୁପା ଦାମ୍ରେ ଦେଖାଦେଇଥିବା ଏହି ବଡ଼ଧରଣର ହ୍ରାସ ଗ୍ରାହକଙ୍କ ପାଇଁ ଉକ୍ତ ମୂଲ୍ୟବାନ୍ ଧାତୁ କିଣିବା ଲାଗି ଭଲ ସୁଯୋଗ ଆଣିଛି। ତେବେ ଦାମ୍ରେ ଦେଖାଦେଇଥିବା ହ୍ରାସର କାରଣ ସଂପର୍କରେ ବ୍ୟବସାୟୀମାନେ କିଛି କହିପାରୁନାହାନ୍ତି। ସାଧାରଣତଃ ସେୟାର ବଜାର ଓ ସୁନା ଦର ମଧ୍ୟରେ ବିପରୀତ ସଂପର୍କ ରହିଥାଏ। ସେୟାର ବଜାର କମିଲେ ସୁନା ରୁପା ଦର ବୃଦ୍ଧି ପାଇଥାଏ କିମ୍ବା ସେୟାର ବଜାର ବଢ଼ିଲେ ସୁନା ରୁପା ଦର କମିବା ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଉଭୟ ଷ୍ଟକ ବଜାର ସମେତ ସୁନା ଓ ରୁପା ଦର କମିବାରେ ଲାଗିଛି। ବିଶ୍ବର ଭୂରାଜନୈତିକ ପରିସ୍ଥିତିରେ ହେଉଥିବା ପରିବର୍ତ୍ତନ ଫଳରେ ଏଭଳି ଧାରା ଦେଖିବାକୁ ମିଳିଛି ବୋଲି କିଛି ବଜାର ବିଶେଷଜ୍ଞ ମତ ଦେଇଛନ୍ତି।