ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା । ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଦିଆଯିବ । ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ଅଗ୍ରୀମ ଅର୍ଥ ମିଳିବ । ଏବସୁ ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରବାକୁ କୁହାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।
ଏଥିରେ ଆହୁରି କୁହାଯାଇଛି ଯେ ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଆବେଦନକାରୀମାନେ ଜମିର ତଥ୍ୟ ପ୍ରଦାନ କରିବେ । ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ଦାଖଲ କରିବେ । ସେହିପରି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ବିଭାଗ କିମ୍ବା ବିଡ଼ିଏ , ହାଉସିଂ ବୋର୍ଡ଼ର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ବାରା ଆକଳନ ତଥ୍ୟ ଦାଖଲ କରିବେ । ଏଥିସହ ହାଉସ ପ୍ଲାନ ଦାଖଲ କରିବେ ।