ଦେଶରୁ ମୂଳପୋଛ ହେବ ଆତଙ୍କବାଦ । ଖୁବଶୀଘ୍ର ପସ୍ତୁତ ହେବ ଆତଙ୍କବାଦୀ ନିରୋଧ ପଲିସି । ଆଣ୍ଟି ଟେରର କନଫରେନ୍ସରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ 21 ରାଜ୍ୟର ପୋଲିସ ଡ଼ିଜି ଯୋଗଦେଇଥିଲେ । ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା କହିଛନ୍ତି ଶାହ ।
ଏଥିସହ ନକ୍ସଲ ମୁକାବିଲା ପାଇଁ ଉଚ୍ଚତମ ଟେକନୋଲାଜି ମାଧ୍ୟମରେ ସୁରକ୍ଷାକର୍ମୀଙ୍କୁ ଦିଆଯିବ ଟ୍ରେନିଂ । ସବୁ ରାଜ୍ୟରେ ପୋଲିସକୁ ଆତଙ୍କବାଦ ବିରୋଧରେ ଲଢିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆହ୍ବାନ କରିଛନ୍ତି ।ଆତଙ୍କବାଦର ସଠିକ ମୁକାବିଲା ପାଇଁ ଯୁବ ଅଧିକାରୀଙ୍କୁ ସର୍ବୋଚ୍ଚ ପ୍ରଯୁକ୍ତିବିଦ୍ୟା ସହ ତାଲିମ ଦିଆଯିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।