ମାର୍ଚ୍ଚ 2026 ସୁଦ୍ଧା ମାଓମୁକ୍ତ ରାଜ୍ୟ ହେବ ଓଡ଼ିଶା । ମାଲକାନଗିରିରେ ସ୍ଥିତି ସମୀକ୍ଷା ପରେ ଏହା ହେଉଛି ପୁଲିସ ମହାନିର୍ଦ୍ଦେଶକ ଓ୍ବଇବି ଖୁରାନିଆଙ୍କ ଦୃଢୋକ୍ତି ଏନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରାଯାଉଥିବା ଡ଼ିଜିପି ସୂଚନା ଦେଇଛନ୍ତି । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଓ୍ବାଇବି ଖୁରାନୀୟା ମାଲକାନଗିରି ଜିଲ୍ଲା ଗସ୍ତ କରି ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ।
ଖୁରାନିଆ ପ୍ରଥମେ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଳକ ସ୍ବାଭିମାନ ଅଞ୍ଚଳର ଗୋରାସେତୁ ବିଏସ ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ । ସେଠାରେ ଯବାନମାନଙ୍କ ସହ ମାଓ ଦମନକୁ ନେଇ ଆଲାଚନା କରି ସେମାନଙ୍କ ମନୋବଳ ବଢାଇଥିଲେ । ଏଥିସହ ବିଏସଏଫ ଓ ଅନ୍ୟ ଅଧିକାରୀଙ୍କ ସହ ମାଓଦମନ ରଣନୀତି ନେଇ ଆଲୋଚନା କରିଥିଲେ । ପରେ ଏମଭି 3 ସ୍ଥିତ ବିଏସଏଫ କ୍ୟାମ୍ପରେ ପହଞ୍ଚି ବିଏସଏଫ ଓ ଅନ୍ୟ ଅଧିକାରୀଙ୍କ ସହ ମାଓଦମନ ରଣନୀତି ନେଇ ଆଲୋଚନା କରିଥିଲେ ।
କେନ୍ଦ୍ରଗୃହ ମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ମାର୍ଚ 2026 ସୁଦ୍ଧା ରାଜ୍ୟକୁ କିପରି ପୁରା ମାଓ ମୁକ୍ତ କରାଯିବ ସେନେଇ ଆଗକୁ ରଣନୀତି ପ୍ରସ୍ତୁତ କରି ପଦକ୍ଷେପ ନିଆଯିବ ବୋଲି ଡ଼ିଜିପି କହିଛନ୍ତି । ମାଓବାଦୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଗଞ୍ଜେଇ ଚାଷ ହେଉଥିଲା । ଏବେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବେଇଆଇନ ଗଞ୍ଜେଇ ଚାଷ ଓ ଚାଲାଣ ମଧ୍ୟ କମିଛି । ଆସନ୍ତା 2026 ମସିହା ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରୁ ମାଓବାଦୀ ନିପାତ ହେବା ସହିତ ବେଆଇନ ଗଞ୍ଜେଇ ଚାଷକୁ ରୋକାଯିବ ବୋଲି ସେ କହିଛନ୍ତି ।