ଅଷ୍ଟ୍ରେଲିଆ ସରକାରଙ୍କ ବଡ଼ ନିଷ୍ପତ୍ତି । ସମାଜିକ ଗଣମାଧ୍ୟମ ଉପରେ ଲାଗିଲା ରୋକ । 16 ବର୍ଷରୁ କମ ପିଲାଙ୍କ ପାଇଁ ସାସିଆଲ ମିଡ଼ିଆକୁ ନିଷିଦ୍ଧ କରିବାକୁ ପଦକ୍ଷେପ ନେଇଛନ୍ତି ଅଷ୍ଟ୍ରେଲିଆ ପ୍ରଶାସନ । ଫେସବୁକ ଟିକଟିକ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବ୍ୟବହାର କରିପାରିବେନି 16 ବର୍ଷରୁ କମ ବୟସର ପିଲା । ଆଉ ଯଦି ବ୍ୟବହାର କରନ୍ତି ତେବେ ଜରିମାନା ଦେବାକୁ ପଡ଼ିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନାନ୍ ଗୁରୁବାର କହିଛନ୍ତି ଯେ ୧୬ ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ ମିଡିଆରୁ ନିଷିଦ୍ଧ କରିବା ପାଇଁ ଅଷ୍ଟ୍ରେଲିଆ ନୂଆ ଆଇନ ପ୍ରଣୟନ କରିବ । ଫେସବୁକ୍, ଟିକ୍ଟକ୍ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବୟସ ନିଷେଧାଦେଶ ଲାଗୁ କରିବାକୁ ସେମାନଙ୍କୁ ପଡିବ ଏବଂ ଏଥିରେ ବିଫଳ ହେଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଆଲବାନିସ୍ କହିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ସରକାର ପ୍ରଥମେ ସୋସିଆଲ ମିଡିଆ ବୟସ ସୀମା ଧାର୍ଯ୍ୟ କରିଥିଲେ ଏବଂ ଏହି ଧାରଣାକୁ ସାଂସଦମାନଙ୍କ ମଧ୍ୟରେ ବ୍ୟାପକ ସମର୍ଥନ ମିଳିଥିଲା ।