ଭାରତୀୟ କ୍ରିକେଟର ତଥା ଏକଦା ସଚିନ ତେନ୍ଦୁଲକରଙ୍କ ରାକର୍ଡ଼କୁ ଭାଙ୍ଗିବା ଭଳି ଦକ୍ଷତା ରଖିଥିବା ତାରକା ବ୍ୟାଟର ବିରାଟ କୋହଲି ପାଖାପାଖି 10 ବର୍ଷ ପରେ ପ୍ରଥମ ଥର ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷ 20 ରୁ ବିଦା ହୋଇଛନ୍ତି । 2014 ଡ଼ିସେମ୍ବରରେ ସେ ଶୀର୍ଷ 20 ରେ ପ୍ରବେଶ କରିଥିଲେ ମଧ୍ୟ ଗତ କିଛି ମାସ ହେବ ଖରାପ ପ୍ରଦର୍ଶନ କାରଣରୁ ତାଙ୍କ ମାନ୍ୟତାର ଅବନତି ହୋଇ ଆସୁଥିଲା ।ସଦ୍ୟ ପ୍ରକାଶିତ ଆଇସିପି ଟେଷ୍ଟ ମାନ୍ୟତାରେ କୋହଲି 8 ଟି ସ୍ଥାନ ତଳକୁ ଖସି 22 ରେ ପହଞ୍ଚିଛନ୍ତି । ରୋହିତ ଶର୍ମା ମଧ୍ୟ ଦୁଇଟି ସ୍ଥାନରେ ଅବନତି ଦେଖାଇ 26 ତମ ସ୍ଥାନରେ ଇ ଭାରତର ସର୍ବାଚ୍ଚ ମାନ୍ୟତାପ୍ରାପ୍ତ ବ୍ୟାଟର ଓପନର ଯଶସ୍ବୀ ଜୟସ୍ବାଲ ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି ।
ଅନ୍ୟପକ୍ଷରେ ଭାରତୀୟ ୱିକେଟ୍ରକ୍ଷକ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜାଙ୍କ ମାନ୍ୟତାରେ ଉନ୍ନତି ପରିଲକ୍ଷିତ ହୋଇଛି। ପନ୍ତ ପାଞ୍ଚଟି ସ୍ଥାନ ଉପରକୁ ଉଠି ବ୍ୟାଟର୍ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ବେଳେ ଜାଡ଼େଜା ଟେଷ୍ଟ୍ ବୋଲର୍ ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି। ନ୍ୟୁଜିଲାଣ୍ଡ ବ୍ୟାଟର୍ ଡାରିଲ ମିଚେଲ ୮ଟି ସ୍ଥାନ ଉପରକୁ ଲମ୍ଫ ମାରି କ୍ୟାରିୟର୍ ଶ୍ରେଷ୍ଠ ସପ୍ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବ୍ୟାଟର୍ ଜୋ ରୁଟ୍ ପ୍ରଥମ ସ୍ଥାନରେ ଥିଲା ବେଳେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମସନ୍ ଦ୍ବିତୀୟ, ଇଂଲଣ୍ଡର ହାରି ବ୍ରୁକ୍ ତୃତୀୟ ଏବଂ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ପଞ୍ଚମ ସ୍ଥାନରେ ରହିଛନ୍ତି।