ବଲିଉଡ଼ ସୁପରଷ୍ଟାର ସଲମାନ ଖାନ ପରେ ଏବେ ଶାଖରୁଖ ଖାନଙ୍କୁ ମିଳିଛି ହତ୍ୟା ଧମକ । ଶାହରୁଖଙ୍କୁ ହତ୍ୟା ଧମକ ମିଳିବା ଖବର ଶୁଣି ତାଙ୍କ ପ୍ରଶଂସକମାନେ ଦୁଃଖୀ ହୋଇ ଯାଇଛନ୍ତି । ଶାହରୁଖଙ୍କୁ ଏକ ଫୋନ କଲ ଜରିଆରେ ଧମକ ମିଳିଥିଲା । କଲ କରିଥିବା ଅଭିଯୁକ୍ତର ନାମ ଫୈଜାନ ଖାନ ।
ତେବେ କିଙ୍ଗଖାନଙ୍କୁ ହତ୍ୟା ଧମକ ମିଳିବା ପରେ ଯେଉଁ ନମ୍ବରରୁ କଲ ଆସିଥିଲା ସେହି ନମ୍ବରଟି ସୁଇଚ ଅଫ ଦେଖାଉଥିଲା । ହେଲେ ଏବେ ଏହି ମାମଲା ନୂଆ ମୋଡ଼ ନେଇଛି ।
ଏବେ ଅଭିଯୁକ୍ତ ଏହି କଲ କରିନାହିଁ ବୋଲି ସଫେଇ ଦେଇଛି । ଅଭିଯୁକ୍ତର କହିବା କଥା ହେଲା ନଭେମ୍ବର 2 ତାରିଖରେ ତା ଫୋନ ହଜିଯାଇଛି । ଯେ ଫୋନ କରିନାହିଁ । ତା ହଜି ଯାଇଥିବା ଫୋନରୁ ଆଉ କେହି ଶାହରୁଖକୁ କଲ କରିଛି । ଯେଉଁ ନମ୍ବରରୁ ଶାହରୁଖଙ୍କ କଲ ଆସିଥିଲା । ତାହାକୁ ଟ୍ରାକ କରିବାରୁ ଜଣାପଡ଼ିଲା ଯେ ରାୟପୁରରୁ କଲ ଆସିଥିଲା ।
ରାୟପୁରର ଫୈଜାନ ନାମକ ଜଣେ ବ୍ୟକ୍ତି କଲ୍ କରି ହତ୍ୟା କରିବାକୁ ଧମକ ଦେଇଥିଲା। ୫୦ଲକ୍ଷ ଟଙ୍କା ଦିଅ। ନଚେତ୍ ମାରିଦେବି ବୋଲି କହିଥିଲା ଅଭିଯୁକ୍ତ। ଏହି ଫୋନ୍ କଲ୍ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ରେଡ୍ ଚିଲିଜର କାର୍ଯ୍ୟାଳୟକୁ ଆସିଥିଲା। ଧମକ ପାଇବା ପରେ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ତୁରନ୍ତ ପୁଲିସ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ କରାଯାଇଥିଲା। ଯାଞ୍ଚ ବେଳେ ଯେତେବେଳେ ପୁଲିସ ଏହି କଲକୁ ଟ୍ରାକ୍ କରିଥିଲା, ସେତେବେଳେ ଏହା ରାୟପୁରରୁ ଆସିଥିଲା ବୋଲି ଜଣାପଡ଼ିଥିଲା। ଏବେ ଠିକଣା ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ପୁଲିସ ଏହି ଖବର ଉପରେ ପ୍ରତିକ୍ରିୟା ଦେଇନାହିଁ।