ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡ଼ୋନାଲ୍ଟ ଟ୍ରମ୍ପଙ୍କ ବିଜୟ ୟୁକ୍ରେନକୁ ଚିନ୍ତାରେ ପକାଇଛି । ଏବେ ଟେନସନରେ ଜେଲେନସ୍କି । 3 ବର୍ଷ ହେବ ଋଷ ସହ ଲାଗିଥିବା ଯୁଦ୍ଧରେ ୟୁକ୍ରେନ ବିଦେଶୀ ସୈନ୍ୟ ଉପରେ ନିର୍ଭର କରୁଛି । ବିଶେଷ କରି ଆମେରିକା ଉପରେ ନିର୍ଭର କରୁଛି ୟୁକ୍ରେନ । ଋଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନକୁ ଆମେରିକାର ସାମରିକ ଏବଂ ଅର୍ଥନୈତିକ ସହାୟତାକୁ ଟ୍ରମ୍ପ ସମାଲୋଚନା କରିଛନ୍ତି । ରାଷ୍ଟ୍ରପତି ପଦ ପାଇଁ ରିପବ୍ଳିକାନ ପାର୍ଟିର ନାମାଙ୍କନ ପରେ ଟ୍ରମ୍ପ ତାଙ୍କର ପ୍ରଥମ ଭାଷଣରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଟାର୍ଗେଟ କରିଥିଲେ । ଜେଲେନସ୍କି ଜଣେ ଭଲ ସେଲ୍ସମ୍ୟାନ ବୋଲି କହିଥିଲେ । ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ବେଳେ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇଛନ୍ତି । ଆମେରିକୀୟ ନାଗରିକଙ୍କ ଟିକସ ଟଙ୍କା ନିଜ ଉପରେ ଖର୍ଚ୍ଚ କରିବା ପରିବର୍ତ ବାଇଡ଼େନ ପ୍ରସାଶନ ଏହାକୁ ଯୁଦ୍ଧରେ ଅନ୍ୟ ଦେଶମାନଙ୍କୁ ସାହାର୍ଯ୍ୟ କରିବାରେ ଖର୍ଚ୍ଚ କରୁଛି ବୋଲି କହିଥିଲେ । ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଏବେ ଚିନ୍ତାରେ ଜେଲେନସ୍କି । ଯଦିଓ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଜେଲେନସ୍କି ଶୁଭେଚ୍ଛା ଜଣାଇଛନ୍ତି । ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ୟୁକ୍ରେନରେ ଶାନ୍ତି ଫେରିବା ବୋଲି କହିଛନ୍ତି ଜେଲେନସ୍କି । ଏପଟେ ଟ୍ରମ୍ପ ନିର୍ବାଚନ ଜିତିବା ପରେ ଦେଇଥିବା ପ୍ରଥମ ଅଭିଭାଷଣେ ଯୁଦ୍ଧ ଶେଷ ହେବ ବୋଲି କହିଥିଲେ ଟ୍ରମ୍ପ ।