ବହୁ ପ୍ରତିକ୍ଷିତ ଭୁବନେଶ୍ବର ମେଟ୍ରୋ ଟ୍ରେନ ପ୍ରକଳ୍ପର କାମ 2027 ଶେଷ ସୁଦ୍ଧା ସାରିବାକୁ ଳକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ଏବେ ମାଟି ପରୀକ୍ଷା ଚାଲିଛି । ଭୂପୃଷ୍ଠରୁ 50 ରୁ 60 ଫୁଟ ତଳୁ ମାଟି ନେଇ ଲ୍ୟାବରେ ପରୀକ୍ଷା ଚାଲିଛି । ମାଟି ପରୀକ୍ଷା ସରିବା ପରେ ଫାଉଣ୍ଡେସନ୍ କାମ ଆରମ୍ଭ ହେବା । ଭୁବନେଶ୍ବରରେ ଭୂପୃଷ୍ଠରୁ 13 ଫୁଟ ଉଚ୍ଚରେ ମେଟ୍ରୋ ରେଳ ଗଡ଼ିବା ରାଜମହଲ ଜୟଦେବ ବିହାର ଓ ବାରଙ୍ଗରେ ଏହାର ଉଚ୍ଚତା ଆବଶ୍ୟକତା ଅନୁଯାଇ ହେବ ବୋଲି ଭୁବନେଶ୍ବର ମେଟ୍ରୋ ରେଳ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ରାଜଧାନୀବାସୀଙ୍କୁ ପ୍ରତ୍ୟେକ 10 ମିନିଟରେ ମେଟ୍ରୋ ଟ୍ରେନ ସେବା ଯୋଗାଇ ଦିଆଯିବ । ଏଥିପାଇଁ 3 ଟି କୋଚ ବିଶିଷ୍ଟ 13 ଟି ମେଟ୍ରେ ଟ୍ରେନ କିଣାଯିବାର ଯୋଜନା କରାଯାଇଛି ।
ସୂଚନାଯୋଗ୍ୟ, ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରି ପହିଲାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଗାମୀ ଡିସେମ୍ବର ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରହିଛି। ଭୁବନେଶ୍ବରରେ ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ସଂପ୍ରସାରଣ ହେବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଟର୍ଣ୍ଣ-କି ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସହ ଚୁକ୍ତି ସ୍ୱାକ୍ଷର କରିଛି।