ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ଇଡ଼କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ଚଢାଉ ଚାଲିଛି । ଭିଜିଲାନ୍ସ ଟିମ ଭୁବନେଶ୍ବର ଖୋର୍ଦ୍ଧା ଓ ପୁରୀର 6 ଟି ସ୍ଥାନରେ ଏକକାଳୀନ ଚଢଉ କରୁଛି । 8 ଡ଼ିଏସପି, 8 ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ବରେ ଓଡ଼ିଶା ଭିଜିଲେନ୍ସ ଦ୍ବାରା ଏକକାଳୀନ ଏହି ଚଢଉ କରାଯାଉଛି ।
ରାଜଧାନୀର ଆର୍ଯ୍ୟ ବିହାରର 504 ନମ୍ବର ପ୍ଲଟ ରେ ନିର୍ମିତ ବିଜୟ କୁମାର ଉଦୟସିଂହଙ୍କ ଆବସିକ ଭବନ , ପୁରୀ ଜିଲ୍ଲା ବାଲୁଖଣ୍ଡରେ ଥିବା ଫ୍ଲାଟ ଖୋର୍ଦ୍ଧା ଜଙ୍କିଆରେ ଥିବା ପୈତୃକ ଘର ଭୁବନେଶ୍ବରରେ ଥିବା କାର୍ଯ୍ୟାଳୟ ଜଙ୍କିଆରେ ଥିବା କ୍ରସର ଏବଂ ସାମନ୍ତରାପୁରରେ ଥିବା ସଂପର୍କୀୟଙ୍କ ଘରେ ଚଢଉ ଜାରି ରହିଛି । 8 ଡ଼ିଏସପି , 8 ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ବରେ ଓଡ଼ିଶା ଭିଜିଲାନ୍ସ ଦ୍ବାରା ଏକକାଳୀନ ଏହି ଚଢଉ କରାଯାଉଛି ।
ସୂଚନା ଅନୁଯାୟୀ, ରାଜଧାନୀର ଆର୍ଯ୍ୟ ବିହାରର ୫୦୪ ନମ୍ବର ପ୍ଲଟ୍ ରେ ନିର୍ମିତ ବିଜୟ କୁମାର ଉଦୟସିଂହଙ୍କ ଆବସିକ ଭବନ, ପୁରୀ ଜିଲ୍ଲା ବାଲୁଖଣ୍ଡରେ ଥିବା ଫ୍ଲାଟ୍, ଖୋର୍ଦ୍ଧା ଜଙ୍କିଆରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟ, ଜଙ୍କିଆରେ ଥିବା କ୍ରସର୍ ଏବଂ ସାମନ୍ତରାପୁରରେ ଥିବା ସଂପର୍କୀୟଙ୍କ ଘରେ ଚଢ଼ଉ ଜାରି ରହିଛି। ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ଜୁନିଅର ମ୍ୟାନେଜର (ସିଭିଲ୍) ବିଜୟ କୁମାର ଉଦୟସିଂହଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା। ଏହାରକୁ ନେଇ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ଖୋଳତାଡ଼ କରୁଛି।