ପ୍ୟାରିସ ଅଲିମ୍ପି୍ସରେ ସ୍ବଣ୍ଣ ପଦକ ଜିତିଥିବା ଆଲଜେରିଆର ମହିଳା ମୁଷ୍ଟିଯୋଦ୍ଧା ଇମନ ଖଲିଫଙ୍କୁ ନେଇ ଚାଞ୍ଚଲ୍ୟକର ତଥଶ ସାମ୍ନାକୁ ଆସିଛି । ସେ ମହିଳା ନୁହନ୍ତି ପ୍ରକୃତରେ ଜଣେ ପୁରୁଷ ବୋଲି ଏକ ଗୁପ୍ତ ସ୍ବାସ୍ଥ୍ୟ ରିପୋର୍ଟରେ ଦାବି କରାଯାଇଛି । ଇମନ ମହିଳା ନୁହଁ ପୁରୁଷ ବୋଲି ପୂର୍ବରୁ ବହୁ ଥର ଦାବି ହୋଇ ଆସୁଥିଲା । ଏପରିକି ତାଙ୍କୁ ନେଇ ପ୍ୟାରିସ ଅଲିମ୍ପିକ୍ସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି କାରଣ ପାଇଁ ମଧ୍ୟ ଇଟାଲି ମୁଷ୍ଟିଯୋଦ୍ଧା ଆଞ୍ଜେଲା କାରିନି ତାଙ୍କ ବିପକ୍ଷ ମୁକାବିଲାରୁ ଓହରି ଯାଇଥିଲେ । ଇମନଙ୍କୁ ଏହି ଅଲିମ୍ପିକ୍ସରୁ ବିତାଡ଼ିତ କରିବାକୁ ଅନ୍ୟ କିଛି ଦେଶରେ ପ୍ରତିଯୋଗୀ ବି ଦାବି କରିଥିଲେ । ସେତେବେଳେ କିନ୍ତୁ ଆଲଜେରିଆ ଅଲିମ୍ପିକ୍ସ ସଂଘ ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ ଇମନଙ୍କୁ ଦୃଢ ସମର୍ଥନ କରିଥିଲେ । ଏପରିକି ସେ 66 କିଲୋଗ୍ରାମ ମହିଳା ମୁଷ୍ଟିଯୁଦ୍ଧରେ ନିଜ ସମସ୍ତ ପ୍ରତିପକ୍ଷଙ୍କୁ ଅତି ସହଜରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। କିନ୍ତୁ ପ୍ୟାରିସ୍ର ଏକ ଡାକ୍ତରଖାନାରେ ହୋଇଥିବା ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ପଦାକୁ ଆସିବା ପରେ ତାଙ୍କ ମୁଖା ଖୋଲିଯାଇଛି। ସୋମବାର ବିଳମ୍ବିତ ରାତି ପ୍ରଘଟ ହୋଇଥିବା ଏହି ରିପୋର୍ଟ ଅନୁସାରେ ଇମନଙ୍କ ଶରୀରରେ ପୁରୁଷଙ୍କ ସହ ମେଳ ଖାଉଥିବା ଏକ୍ସୱାଇ କ୍ରୋମୋଜମ୍ ରହିଛି। ସେହିଭଳି ତାଙ୍କ ଶରୀରର ଆଣ୍ଡ୍ରୋଜେନ୍ ସ୍ତର ପୁରୁଷ ସହ ପ୍ରାୟତଃ ସମାନ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଇମନଙ୍କର ପୁରୁଷ ଯୌନାଙ୍ଗ ମଧ୍ୟ ରହିଛି। ରିପୋର୍ଟ ପଦାକୁ ଆସିବା ପରେ କ୍ରୀଡ଼ା ଜଗତରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ରିପୋର୍ଟ ଆଲଜେରିଆର ଏକ ଡାକ୍ତରଖାନା ସହଯୋଗରେ ପ୍ରସ୍ତୁତ କରାଯାଇଥିବାରୁ ଏଥର ଇମନ ଖସିଯିବାର ସବୁବାଟ ବନ୍ଦ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି।