ଉତ୍ତରପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଲଗ୍ରାମ ଥାନାର ରୋଶନପୁର ଗ୍ରାମ ନିକଟରେ ଏକ ଡ଼ିସଏସ ଓ ଅଟୋ ଧକ୍କା ହୋଇ 10 ଲୋକଙ୍କର ଜୀବନ ଯାଉଛି । ଘଟଣା ଘଟିବା ସଂପର୍କରେ ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍କୁ ପଠାଇଛି।
ସମସ୍ତ ମୃତ ଅଟୋରେ ଯାଉଥିଲେ ବୋଲତ ଜଣାପଡ଼ିଛି । ଜାଣିବାକୁ ମିଳିଛି ଯେ ଡ଼ିସିଏମ ଆସି ଅଟୋକୁ ଧକ୍କା ଦେଇଥିଲା । ତେବେ ଧକ୍କା ଏତେ ଜୋରରେ ହୋଇଥିଲା ଯେ ଅଟୋରେ ବସିଥିବା ଲୋକ ଛିଡ଼ିକି କି ଯାଇ ଅଟୋ ବାହାରେ ପଡ଼ିଥିଲେ । ତେବେ ମୃତକଙ୍କ ମଧ୍ୟରେ ମହିଳାଙ୍କ ସମେତ ଶିଶୁ ବି ଥିବା ଜଣାପଡ଼ିଛି । ପୁଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।