ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ବିଶ୍ବର ସର୍ବବୃହତ ନେଟଓ୍ବର୍କ ଭାବେ ପରିଗଣିତ ହୋଇଛି । ଏପରିକି ଡ଼ାଟା ଟ୍ରାଫିକ ଦୃଷ୍ଟିରୁ ରିଲାଏନ୍ସ ଜିଓ ବିଶ୍ବର ସର୍ବବୃହତ ନେଟଓ୍ବର୍କ ହୋଇ ରହିଛି । 2024 ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ବ୍ୟବହୃତ ହୋଇଥିବା ଡ଼ାଟା ଅନୁଯାୟୀ ଏହି ସଫଳତା ହାସଲ କରିଛି । ଏପରିକି 2024 ବର୍ଷର ପ୍ରଥମ ତିନୋଟି ତ୍ରୈୟମାସର ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଚାଇନା କମ୍ପାନୀ ମୋବାଇଲଠାରୁ କ୍ରମାଗତ ଭାବେ ଆଗରେ ରହିଛି । ଅପରପକ୍ଷରେ ବିଶ୍ବ ଦୂରସଞ୍ଜାର କ୍ଷେତ୍ରର ଅନୁଶୀଳନକାରୀ କମ୍ପାନୀ ଟେଫିସିଏଣ୍ଟର ସୂଚନା ଅନୁଯାୟୀ ଜିଓ ଏବଂ ଚାଇନା ମୋବାଇଲ ପରେ ଅନ୍ୟ ଏକ ଚାଇଲା କମ୍ପାନୀ ଚାଇନା ଟେଲିକମ ଡ଼ାଟା ଟ୍ରାଫିକରେ ତୃତୀୟ ସ୍ଥାନରେ ଥିବାବେଳେ ଭାରତୀୟ ଟେଲିକମ କମ୍ପାନୀ ଏୟାରଟେଲ ଚତୁର୍ଥ ସ୍ଥାନରେ ରହିଛି । ଏପରିକି ଭାରତୀୟ ମୋବାଇଲ କମ୍ପାନୀ ଭୋଡା-ଆଇଡିଆ ମଧ୍ୟ ଏହି ସୂଚୀର ଷଷ୍ଠ ସ୍ଥାନରେ ସାମିଲ ହୋଇଛନ୍ତି।
ସେହିଭଳି ଟେଫିସିଏଣ୍ଟ ତା’ର ସୋସିଆଲ ମିଡିଆ ପ୍ଲାଟଫର୍ମ (ଟୁଇଟ)ରେ ଉଲ୍ଲେଖ କରିଛି, ଚାଇନା କମ୍ପାନୀ ଚାଇନା ମୋବାଇଲ୍ ସମ୍ଭବତଃ ନିଜର ପ୍ରଭାବ ହରାଇଛି। ଏପରିକି ଚାଇନା ମୋବାଇଲରେ ବାର୍ଷିକ ଅଭିବୃଦ୍ଧି ମାତ୍ର ୨% ହୋଇଥିବାବେଳେ ଜିଓ ଏବଂ ଚାଇନା ଟେଲିକମରେ ପ୍ରାୟ ୨୪% ଏବଂ ଏୟାରଟେଲରେ ୨୩% ଅଭିବୃଦ୍ଧି ଘଟିଛି। ସେହିପରି ୫ଜି ନେଟୱର୍କର ଦୃଢ଼ ଉପସ୍ଥିତି ପାଇଁ ଭାରତୀୟ କମ୍ପାନୀଗୁଡିକର ଡାଟା ଟ୍ରାଫିକ୍ ବୃଦ୍ଧି ପାଇଥିବା ଟେଫିସିଏଣ୍ଟ ବିସ୍ତୃତ ଭାବେ ତା’ର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦର୍ଶାଇଛି। ଏଥିସହିତ ୫ଜି ଚାଇନାର ଡାଟା ଟ୍ରାଫିକ ଉପରେ ଭାରତ ଭଳି ପ୍ରଭାବ ପକାଇ ପାରିନାହିଁ।
ସେହିପରି ୫ଜି ଏବଂ ଘରୋଇ ବ୍ରଡବ୍ୟାଣ୍ଡ ପାଇଁ ରହିଥିବା ପ୍ରବଳ ଚାହିଦା ଯୋଗୁ ଜିଓ ବିଶ୍ୱରେ ଡାଟା ଟ୍ରାଫିକ୍ ଦୃଷ୍ଟିରୁ ଏକ ନମ୍ବର ହେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପରିକି ଗତ ତିନି ବର୍ଷ ମଧ୍ୟରେ ଜିଓ ଅନେକ ସଫଳତା ହାସଲ କରିଛି। ଜିଓ ନେଟୱର୍କରେ ଡାଟା ଟ୍ରାଫିକ୍ ପ୍ରାୟ ଦ୍ୱିଗୁଣିତ ହୋଇଛି, ବର୍ତ୍ତମାନ ଜିଓ ୫ଜି ନେଟୱର୍କରେ ପ୍ରାୟ ୧୪ କୋଟି ୮୦ ଲକ୍ଷ ଗ୍ରାହକ ଯୋଡ଼ି ହୋଇଛନ୍ତି। ଜିଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ଆର୍ଥତ୍କ ବର୍ଷର ଦ୍ୱିତୀୟ ତ୍ରୟମାସରେ ଜିଓର ମୋଟ ଡାଟା ଟ୍ରାଫିକ୍ ୪୫ ଏକ୍ସାବାଇଟ୍ ଅତିକ୍ରମ କରିଛି।