ଦଳ ଅଦଳବଦଳ ଚର୍ଚ୍ଚାକୁ ନେଇ ବିଜେପି ବିଧାୟକ ସରୋଜ ପାଢୀଙ୍କ ବଡ଼ ବୟାନ । କହିଲା ବିଜେପିରେ ମିଶିବା ପାଇଁ ବିଜେଡ଼ିର 27 ବିଧାୟକ ଯୋଗାଯୋଗରେ ଅଛନ୍ତି । ଆମ ଦଳର ନେତୃତ୍ବ ସହ ଆଲୋଚନା କରୁଛନ୍ତି । 27 ବିଧାୟକ ମିଶିଲେ ଦଳ ତାଙ୍କୁ ସ୍ବାଗତ କରିବ । କିଛି ବଧ ପଦବୀ ବି ଦିଆଯାଇପାରେ । କଣ ଦାୟିତ୍ବ ଦିଆଯିବ ଦଳର ନେତୃତ୍ବ ନିଷ୍ପତ୍ତି ନେବେ ।
ସେ ଆହୁରି କହିଛନ୍ତି ବିଜେଡ଼ି ଏବେ ବିଗ ଜିରୋ । ତେଣୁ ସେମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ବିଜେଡ଼ିର ଆଉ ଭବିଷ୍ୟତ ନାହିଁ । ବିଜେଡ଼ି ଆଉ ରହିବନି । ଖାଲି ବିଧାୟକ ନୁହିଁନ୍ତି ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ଆସିବେ । ମୁନା ଖାଁ ନିଜର ସ୍ଥିତି ଜାଣି ନାହାନ୍ତି ବିଜେପି ରାଷ୍ଟ୍ରୀୟ ଦଳ ବୋଲି । କେହି ବିଜେପି ଛାଡ଼ି ବିଜେଡ଼ି ଯେବେନି । ସେ ଜାଣି ପାହାନ୍ତି କି 14 ବିଧାୟକ ଗଲେ ଦଳ ବଦଳ ଆଇନ ଲାଗୁ ହେବ । କିନ୍ତୁ 27 ଆସିଲେ କୌଣସି ଆଇନ ଲାଗୁ ହେବା ନାହିଁ ।