ପେନସନଭୋଗୀଙ୍କ ପରିବାର ସମ୍ପର୍କିତ ସୂଚନା ସଂଗ୍ରହ କରିବା ବେଳେ ତାଙ୍କ ଝିଅଙ୍କ ନାମକୁ ଯେଭଳି କାଗଜପତ୍ରରେ ସାମିଲ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସରକାରୀ କର୍ମଚାରୀଙ୍କ ଫାମିଲି ପେନସନ ପାଇଁ ଯୋଗ୍ୟ ପରିବାର ସଦସ୍ୟମାନଙ୍କ ତାଲିକାରୁ ଝିଅ ନାମକୁ କଟା ଯାଇପାରିବ ନାହିଁ । ଫର୍ମ 4 କୁ ବ୍ୟବହାର କରି ସରକାରୀ କର୍ମଚାରୀ ଯଦି ଝିଅର ନାମକୁ ଦାଖଲ କରିଥିବେ ତେବେ ସେ ସରକାରୀ କାଗଜପତ୍ରରେ ପରିବାର ସଦସ୍ୟ ଭାବେ ବିବେଚିତ ହେବେ ।
ଜଣେ ଝିଅ ବିବାହ କରିବା ପୁନଃ କରିବା କିମ୍ବା ନୁଯୁକ୍ତିରେ ନିୟୋଜିତ ନ ହେବା ପର୍ଯ୍ୟନ୍ତ ଫାମିଲି ପେନସନ ପାଇବାକୁ ଯୋଗ୍ୟା 25 ବର୍ଷରୁ ଅଧିକ ବୟସର ବିବାହ ବିଚ୍ଛେଦ ହୋଇଥିବା ଝିଅ ମଧ୍ୟ ଫାମିଲି ପେନସନ ପାଇପାରିବେ । କିନ୍ତୁ ଏହି କ୍ଷେତ୍ରରେ ପେନ୍ସନ୍ଭୋଗୀଙ୍କ ଅନ୍ୟ ସନ୍ତାନମାନଙ୍କ ବୟସ ୨୫ ବର୍ଷରୁ ଅଧିକ ଏବଂ ସେମାନେ ଆର୍ଥିକ ସ୍ତରରେ ସ୍ବାଧୀନ ହୋଇଥିବା ଦରକାର।