ବଲିଉଡ଼ ଅଭିନେତା ସଳମାନ ଖାନଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ତରଫରୁ ଏକ ନୁଆ ଧମକ ମିଳିଛି । ଧମକରେ କୁହାଯାଇଛି ଯେ କୃଷ୍ଣସାର ମୃଗ ହତ୍ୟା କରିଥିବାରୁ ଅଭିନେତା ଏକ ମନ୍ଦିରକୁ ଯାଇ କ୍ଷମା ପ୍ରାର୍ଥନା କରନ୍ତୁ ନଚେଚ 5 କୋଟି ଟଙ୍କା ଦିଅନ୍ତୁ ।
ମୁମ୍ବାଇ ପୁଲିସର ଟ୍ରାଫିକ କଣ୍ଟ୍ରୋଲ ୟୁନିଟ କହିଛି ଯେ ସେମାନେ ସୋମବାର ଦିନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଭାଇ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି ଠାରୁ ଏକ ବାର୍ତା ପାଇଛନ୍ତି । ଯଦି ସଲମାନ ଖାନ ତାଙ୍କ କହିବାନୁସାରେ କାମ ନ କରନ୍ତି ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ସେ ଧମକ ଦେଇଛି ।
ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହଁନ୍ତି ତେବେ ସେ ଆମ ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ କିମ୍ବା 5 କୋଟି ଟଙ୍କା ଦିଅନ୍ତୁ । ଯଦି ସେ ତାହା ନ କରନ୍ତି ଆମେ ତାଙ୍କୁ ହତ୍ୟା କରିବୁ । ଆମର ଗ୍ୟାଙ୍ଗ ଏପର୍ଯ୍ୟନ୍ତ ସକ୍ରିୟ ଅଛି ବୋଲି ସେ ବାର୍ତା ପଠାଇଛି ।
ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହାଁନ୍ତି ତେବେ ସେ ଆମ ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ କିମ୍ବା 5 କୋଟି ଟଙ୍କା ଦିଅନ୍ତୁ । ଯଦି ସେ ତାହା ନ କରନ୍ତି ଆମେ ତାଙ୍କୁ ହତ୍ୟା କରିବୁ । ଆମର ଗ୍ୟାଙ୍ଗ ଏପର୍ଯ୍ୟନ୍ତ ସକ୍ରିୟ ଅଛି ବୋଲି ସେ ବାର୍ତା ପଠାଇଛି ।
ପୁଲିସ କହିଛି ଯେ ଅଧିକ ଅନୁସନ୍ଧାନ ଚାଲିଛି ଏବଂ ବାର୍ତା ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି । ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କ ହତ୍ୟା ପରେ ଅଭିନେତାଙ୍କ ସୁରକ୍ଷା ଆହୁରି ବୃଦ୍ଧି କରାଯାଇଛି।
ଅକ୍ଟୋବର ୩୦ ତାରିଖରେ ଖାନଙ୍କୁ ଜଣେ ଅଜଣା ବ୍ୟକ୍ତିଠାରୁ ସମାନ ଧମକ ମିଳିଥିଲା, ଯିଏ ତାଙ୍କଠାରୁ ୨ କୋଟି ଟଙ୍କା ମାଗିଥିଲା। ଅକ୍ଟୋବର ୨୮ ତାରିଖରେ ସଲମାନ ଖାନ ଏବଂ ଏନସିପି ବିଧାୟକ ତଥା ବାବା ସିଦ୍ଦିକଙ୍କ ପୁଅ ଜିଶାନ ସିଦ୍ଦିକଙ୍କ ମିଳିଥିବା ଧମକକୁ ନେଇ ନୋଏଡାର ଜଣେ ୨୦ ବର୍ଷର ଯୁବକଙ୍କୁ ଗିରଫ କରାଯାଇଥିଲା।