ଦୀପାବଳୀରେ ରାଜଧାନୀ ଦିଲ୍ଲୀରେ ବାଣ ଖୁବ ଜୋର ଫୁଟିଥିଲା । ବାରଣ ସତ୍ବେ ଲୋକମାନେ ମାନିନଥିଲେ ଫଳରେ ଦିଳ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ହୋଇଥିଲା । ବାୟୁ ପ୍ରଦୂଷଣ ଓ ବାଣ ଫୁଟା ପାଇଁ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସରକାରଙ୍କୁ ଜବାବ ମାଗିଛନ୍ତି ଓ ଏହାର ଉପରେ ସ୍ପଷ୍ଟୀକରଣ ରଖିବାକୁ କହିଛନ୍ତି ।
ସୁପ୍ରିମକୋର୍ଟ ଦିଲ୍ଲୀ ଏନସିଆରରେ ଅଂଚଳରେ ବାଣ ଫୁଟାଇବାକୁ ବାରଣ କରିଥିଲେ । ଏମିତିକ ଲୋକାମାନଙ୍କୁ ସବୁଜ ବାଣ ଜଳେଇବାକୁ ମଧ୍ୟ ଅନୁମତି ମିଳିନଥିଲା କିନ୍ତୁ ବାରଣ ସତ୍ବେ ଦିଲ୍ଲୀରେ ବାଣ ଫୁଟିଥିଲା ଆଉ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା କୋର୍ଟ ଏବେ ଦିଲ୍ଲୀ ସରକାରଙ୍କୁ ଜାବାବ ରଖିବାକୁ କହିଛନ୍ତି ।
ଦିପାବଳୀ ପରେ ଦିଲ୍ଲୀରେ ସିପିସିବି ଅନୁସାରେ ବିଭିନ୍ନ କ୍ଷେତ୍ରରେ ବାୟୁର ଗୁରବତ୍ତା ବହୁତ ଖରାପ ରହିଥିଲା । ଆନନ୍ଦ ବିହାରରେ ଏକ୍ୟୁଆଇ 396 ବୁରାଡ଼ି ରେ 394 ସୋନିଆ ବିହାରରେ 392 ଏବଂ ଦିଲ୍ଲୀ ନର୍ଥ କ୍ୟାମ୍ପସରେ 390 ରେକର୍ଡ଼ ହୋଇଛି ।