ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ 21 ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା । ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା । ଚାଷୀଙ୍କ କଟନୀ ଛଟନୀ ମୁକ୍ତ ଧାନ କିଣା ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର ।
ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା 31 ଶହ ଟଙ୍କାରେ କିଣିବେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2300 ଟଙ୍କା ସହିତ ରାଜ୍ୟ ସରକାର ଇନପୁଟ ସହାୟତା 800 ଟଙ୍କା ମିଶାଇ ଦେବେ । ଚଳିତ ବର୍ଷ ଧାନ କିଣା ଦର କ୍ବିଣ୍ଟାଲ ପ୍ରତି 3100 ଟଙ୍କା ଧାର୍ଯ୍ୟ କରାଯାଇଛି ।
ଧାନ କିଣା ସରିବା ଯାଏଁ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ । 4 ରୁ 5 ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭାଇଜର ରହିବେ । ମଣ୍ଡିରେ ରହିବ କ୍ବାଲିଟି ଟେଷ୍ଟିଙ୍ଗ ମେସିନ । ଧାନର ଏଫକ୍ୟୁ ଟେଷ୍ଟିଙ୍ଗ ମେସିନ ଧାନର ଏଫକ୍ୟୁ ମାନ ଯାଞ୍ଚ କରାଯିବ । ମଣ୍ଡିରୁ ରାଇସ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥା ତହାରଖ କରିବ ପରିବହନ ବିଭାଗ ।