ମାତ୍ର 4 ବର୍ଷ ବୟସରେ ପୁରୀରୁ ଭୁବନେଶ୍ବର ଦୌଡ଼ି ଲିମକା ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇଥିବା ବିସ୍ମୟ ଧାବକ ବୁଦ୍ଧିଆ ସିଂହ ଏବେ ପୁଣି ଥରେ ଟ୍ରାକକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଓଡ଼ିଶା ଛାଡ଼ି ପ୍ରଥମେ ଦିଳ୍ଲୀ ଓ ବର୍ତମାନ ରାଜସ୍ଥାନର ହନୁମାନଗଡ଼ରେ ରହି ମାରାଥନ ଅଭ୍ୟାସ କରୁଛନ୍ତି । ଆଗକୁ 10 କିଲୋମିଟର ଦୌଡ଼ରେ ଜାତୀୟ କାର୍ତିମାନ କରିବା ସହ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଏକ ପଡ଼କୋଷ୍ଟରେ ବୁଦ୍ଧିଆ ଏହି ସୂଚନା ଦେଇଥିଲେ ବେଳେ ପୁଣି ଥିରେ ସେ ନୂଆ ନୂଆ କିର୍ତିମାନ କରି ସମସ୍ତଙ୍କୁ ଚକିତ କରିଦେବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପିଲାଦିନର କଥା ଏବେ ସେତେଟା ମନେ ପଡ଼ୁନାହିଁ ବୋଲି ସେ ସ୍ବୀକାର କରିଛନ୍ତି କିନ୍ତୁ ଭୁବନେଶ୍ବର ପୁରୀ ଦୌଡ଼ରେ କିଛି କଥା ଓ କୋଚ ବିରଞ୍ଚି ଦାସଙ୍କ ସହିତ ବିତିଥିବା କିଛି ମୂହୂର୍ତକୁ ମନେ ପକାଇପାରୁଛନ୍ତି ।
କ୍ରୀଡ଼ା ଛାତ୍ରାବାସରେ ରହୁଥିବା ବେଳେ ତେଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲେ ସେ ଏତେବେଳକୁ ଆହୁରି ଉନ୍ନତି ପ୍ରଦର୍ଶନ ଦେଇପାରିଥିାନ୍ତେ । ହେଲେ ସେତେବେଳେ ତାଙ୍କୁ ଅବହେଳା କରାଯାଇଥିଲା । ପାଠପଢା ଶେଷ ପରେ ଦିଳ୍ଲୀ ଜେଏନୟୁରେ ଅଭ୍ୟାସ କରିବା ବେଳେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ସୁନତା ଗୋଦରୀଙ୍କ ପାଖରେ ପ୍ରଶିକ୍ଷଣ ନେବା ପରେ ଭଲ ପ୍ରଷିକ୍ଷକ ଖୋଜିବାକୁ ଦୁଇ ବର୍ଷ ସମୟ ଲାଗିଯାଇଥିଲା । ଏବେ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ପ୍ରଶିକ୍ଷକ ଆର୍ଡି ସିଂହଙ୍କ ପାଖରୁ ପ୍ରଶିକ୍ଷଣ ନେଉଛନ୍ତି। ଦିନକୁ ପାଖାପାଖି ୬ ଘଣ୍ଟା ପରିଶ୍ରମ କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ବୁଦ୍ଧିଆଙ୍କୁ ପିଲାଦିନେ ୮୦୦ ଟଙ୍କାରେ ବିକ୍ରି କରିବାକୁ ପ୍ରୟାସ କରାଯିବା ବିଷୟ ଉପରୁ ପରଦା ଉଠାଇଛନ୍ତି। ଏହା ସତ ନୁହେଁ, ବରଂ ଗଣମାଧ୍ୟମ ଆଗରେ ତାଙ୍କୁ ଏପରି କହିବା ପାଇଁ ବାଧ୍ୟ କରାଯାଇଥିଲା ବୋଲି ମା’ ମୋତେ ସ୍ପଷ୍ଟ କରିଥିଲେ।