ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଉଭୟ ଡ଼ମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ ଏବଂ ରିପବ୍ଳିକାନ ଦଳର ପ୍ରାର୍ଥୀ ଡ଼ୋନାଲ୍ଟ ଟ୍ରମ୍ପ ଏଥିପାଇଁ ଭୋଟରମାନଙ୍କୁ ଶେଷ ନିବେଦନ କରି ସାରିଛନ୍ତି । ଏହି ନିର୍ବାଚନ ଜରିଆରେ ଆମେରିକା ତାହାର 47 ତମ ରାଷ୍ଟ୍ରପତି ବାଛିବ । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏକ ଜଟିଳ ପ୍ରକ୍ରିୟା ଇଲେକ୍ଟୋରାଲ କଲେଜ ପଦ୍ଧତି ଦ୍ବାରା ରାଷ୍ଟ୍ରପତି ନିର୍ବାଚନ ହୋଇଥାନ୍ତି । ରାଷ୍ଟ୍ରପତି ହେବା ପାଇଁ ଜଣେ ପ୍ରାର୍ଥୀଙ୍କୁ 270 ଇଲେକ୍ଟୋରାଲ କଲୋଜ ଭୋଟ ଆବଶ୍ୟକ ।
ଚଳିତ ଥର 7 ଟି ରାଜ୍ୟ ର ଭୋଟ ଉପରେ ନଜର ରହିଛି । ଏହି 7 ଟି ରାଜ୍ୟ ହେଉଛି ଆମେରିକା , ଜର୍ଜିଆ, ମିଚିଗାନ, ନେବାଡ଼ା, ଉତ୍ତର କାରୋଲିନା, ପେନସିଲଭାନିଆ ଏବଂ ଓ୍ବସକନସିନ ସ୍ବିଙ୍ଗ ଷ୍ଟେଟର ଅର୍ଥ ହେଉଛି ଯେଉଁଠାରେ 2 ପ୍ରମୁଖ ରାଜନୈତିକ ଦଳର ସମାନ ସଂଖ୍ୟକ ସମର୍ଥନ ଥିବେ ଏହି ସ୍ବିଙ୍ଗ ଷ୍ଟେଟ ଉପରେ ପୁରା ଆମୋରିକା ରାଷ୍ଟ୍ରପତି ନିର୍ବାଚନ ଫଳ ନିର୍ଭର କରୁଛି । ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଆବଶ୍ୟକ 270 ଇଲେକ୍ଟୋରାଲ କଲେଜ ଭୋଟରୁ ଅଧକାଂଶ ଇଲେକ୍ଟୋରାଲ ଭୋଟ ଏହି ସ୍ବିଙ୍ଗ ଷ୍ଟେଟରୁ ଆସିବା ଦୁଇ ପ୍ରୁମଖ ପ୍ରାର୍ଥୀ ଡ଼ୋନାଲ୍ଟ ଟ୍ରମ୍ପ , କମଳା ହାରିସଙ୍କ ସହ ଅନ୍ୟ ଦଳର ପ୍ରାର୍ଥୀ ଏବଂ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଲଢେଇରେ ସାମିଲ ହୋଇଛନ୍ତି । ଲିବରେସନ ପାଟି ପ୍ରାର୍ଥୀ ଚେଜ ଅଲିଭର ନିର୍ବାଚନ ଲଢୁଛନ୍ତି ଏବଂ ଗ୍ରିନ ପାର୍ଟି ଜିଲ ଷ୍ଟେନ ଦ୍ବିତୀୟ ଥର ନିର୍ବାଚନ ଲଢୁଛନ୍ତି । ଏଥିସହ କିଛି ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢୁଛନ୍ତି ।