Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଇତିହାସ ଏବଂ ସଂସ୍କୃତି

ରାଣୀ ପଦ୍ମିନୀ, ଆତ୍ମସମ୍ମାନ, ସଂଗ୍ରାମୀ, ସାହସର ପ୍ରତୀକ

Ramesh Parida by Ramesh Parida
Nov 4, 2024, 06:13 pm GMT+0530
FacebookTwitterWhatsAppTelegram

ମେବାରର ରାଣୀ ପଦ୍ମିନୀ ଏବଂ ପଦ୍ମାବତୀକୁ ନେଇ ଅନେକ ଲୋକ କାହାଣୀ ଆପଣ ଶୁଣିଥିବେ । କିନ୍ତୁ ଏସବୁ କାହାଣୀରେ ଅନେକ କାହାଣୀ କବିଙ୍କ କଳ୍ପନା କୁହାଯାଇପାରେ । କାରଣ ଅନେକ ଐତିହାସିକ ଯୁଦ୍ଧ, ଘଟଣାବଳୀ, ରାଜା, ରାଣୀଙ୍କୁ ନେଇ ଅତିରଂଜିତ ଲେଖା ସାଧାରଣତ ଲୋକକଥାରେ ଭର୍ତ୍ତି କରାଯାଇଥାଏ । ତେବେ ଇତିହାସ କିନ୍ତୁ ଭିନ୍ନ ହୋଇଥାଏ ।

ଭାରତର ଇତିହାସରେ ଏଭଳି ଅନେକ ରାଜା, ରାଣୀଙ୍କ କାହାଣୀ ରହିଛି ଯାହାକୁ ନେଇ ଅତିରଂଜିତ ଲେଖା ଲେଖାଯାଇଛି । ଏହାର କାରଣ ହେଉଛି ସେ ସମୟର ଶାସକଙ୍କୁ ନେଇ ଅତିରଂଜିତ ଲେଖା ଲେଖାଯାଇ ତାଙ୍କର ମହିମା ମଣ୍ଡନ କରାଯାଇଛି । ଯିଏ ଶାସକ ତାଙ୍କୁ ଖୁସି କରିବା ପାଇଁ କବିଟିଏ ଲେଖିଥାଏ । ଏଥିପାଇଁ ଅନେକ ମନଗଢ଼ା କାହାଣୀ ରଚନା କରାଯାଇଥାଏ । ଏଭଳି କିଛି ରାଣୀ ପଦ୍ମିନୀଙ୍କ କ୍ଷେତ୍ରରେ ଘଟିଥିବା ଐତିହାସିକମାନେ କୁହନ୍ତି ।

ସେତେବେଳେ ମୁସଲିମ ଶାସକ ଆଲ୍ଳାଉଦ୍ଦିନ ଖିଲଜୀ ଦିଲ୍ଲୀରେ ଶାସକ ଥିଲେ । ତେଣୁ ତାଙ୍କୁ ଖୁସି କରିବା ପାଇଁ ଅନେକ କବି ତାଙ୍କ ରଚନାରେ ତାଙ୍କ ମହିମାମଣ୍ଡନ କରି ଲେଖିଥାଇପାରନ୍ତି । କବିମାନେ ସଦାବେଳେ ରାଜାମାନଙ୍କୁ ଅତ୍ୟଧିକ ଟେକି ଟାକି କବିତା ରଚନା କରୁଥିଲେ । ତେଣୁ ରାଣୀ ପଦ୍ମିନୀଙ୍କୁ ସେ ସମୟରେ ପଦ୍ମାବତୀ କୁହାଯାଇ ଗୀତିକବିତା ଲେଖାଯାଇଛି ବୋଲି ଐତିହାସିକ କୁହନ୍ତି । କାରଣ ଇତିହାସରେ ପଦ୍ମାବତୀ ବୋଲି କେହି ରାଣୀ ନଥିଲେ । ପଦ୍ମାବତୀଙ୍କ ସୈାନ୍ଦର୍ଯ୍ୟ କଥା ଏବଂ ଆଇନାରେ ଆଲାଉଦ୍ଦିନ ତାଙ୍କୁ ଦେଖିବା ଯାହା ପଦ୍ମାବତୀ ସୈାନ୍ଦର୍ଯ୍ୟ ବର୍ଣ୍ଣନା କରାଯାଇଛି ବୋଲି ଅନେକ ଐତିହାସିକ ମତ ଦିଅନ୍ତି ।

ମେବାରର ରାଜା ରାୱଲ ରତନ ସିଂ ରାନୀ ପଦ୍ମିନୀଙ୍କୁ ବିବାହ କରିଥିଲେ । ରାଜାଙ୍କ ସହ ତାଙ୍କ ସେନା ଚିତ୍ତୋର ଦୁର୍ଗ ଭିତରେ ରହୁଥିବା ବେଳେ ଦିଲ୍ଲୀରେ ଆଲ୍ଲାଉଦ୍ଦିନ ଖିଲିଜୀ ଶାସନ କରୁଥିଲେ । ରାଜା ରତନ ସିଂ ଏବଂ ରାଜପୁତ ସେନାଙ୍କ ବୀରତ୍ବ ସେ ସମୟରେ ଚର୍ଚାରେ ରହିଥିଲା । ରତନ ସିଂ ରାଜନୀତିରେ ମଧ୍ୟ ବେଶ ପାରଦର୍ଶୀ ଥିଲେ । ମେବାର ରାଜ୍ୟକୁ ଅତ୍ୟନ୍ତ ଦକ୍ଷତାର ସହିତ ଚଳାଉଥିଲେ ରତନ ସିଂ। ତାଙ୍କ ରାଜ ଦରବାରରେ ଏକରୁ ଅଧିକ ବୀର ରାଜପୁତ୍ ଯୋଦ୍ଧାମାନେ ଥିଲେ ।

ଚିତୋରର ସାମରିକ ଶକ୍ତି ଏବଂ ମାର୍ଶଲ ଆର୍ଟ ସେତେବେଳେ ପ୍ରସିଦ୍ଧ ଥିଲା । ଏହି ସମୟରେ ରାଜ୍ୟ ଜୟ କରିବା ସୈାକ୍ ଥିଲା ଆଲ୍ଲାଉଦ୍ଦିନ ଖିଲଜୀଙ୍କର । ଯେତେବେଳେ  ଦିଲ୍ଲୀରୁ ଗୁଜରାଟ ରାଜ୍ୟ ଆକ୍ରମଣ ପାଇଁ ଯାଉଥିଲେ ଆଲ୍ଲାଉଦ୍ଦିନ ଖିଲିଜୀ । ବାଟରେ ଚିତ୍ତୋର ଦୁର୍ଗ ପଡ଼ିବାରୁ ତାହାକୁ କବଜା କରି ଧନ ଲୁଣ୍ଠନ କରିବାକୁ ଚାହିଁଥିଲେ । ପରେ ଯୁଦ୍ଧ ହୋଇଥିଲା । ମେବାର ରାଜା ପରାଜିତ ହୋଇଥିଲେ । ରାଣୀ ପଦ୍ମିନୀଙ୍କ ସହ ଶହ ଶହ ରାଜପୁତ ମହିଳା ଜୋହର କରି ଜୀବନ ବଳିଦାନ କରିବାକୁ ଉଚିତ ମଣିଥିଲେ ।

ତେବେ କେତେକ ଲୋକକଥାରେ କୁହାଯାଇଛି ଯେ ରାଘବ ଚେତନ ନାମକ ଜଣେ ସଂଗୀତଜ୍ଞ ଅପମାନ ପାଇ ଦିଲ୍ଲୀ ଯାଇ ଷଡ଼ଯନ୍ତ୍ର କରିଥିଲେ । ସେ ପଦ୍ମାବତୀଙ୍କ ସୈାନ୍ଦର୍ଯ୍ୟକୁ ଆଲାଉଦ୍ଦିନଙ୍କ ଆଗରେ ବର୍ଣ୍ଣନା କରି ତାଙ୍କୁ ବିବାହ କରିବାକୁ କହିଥିଲେ । ଆଲାଉଦ୍ଦିନ ଷଡଯନ୍ତ୍ର କରି ଆଇନା ଆଗରେ ପଦ୍ମାବତୀଙ୍କୁ ଦେଖିଥିଲେ । ପରେ ଆକ୍ରମଣ କରି ମେବାର ପତନ କରିଥିଲେ ।

ତେବେ ଐତିହାସିକମାନେ କୁହନ୍ତି ଏସବୁ କେବଳ କାହାଣୀ କୁହାଯାଇପାରେ । ପଦ୍ମାବତୀଙ୍କ ଚମତ୍କାର ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ରହସ୍ୟ କେବଳ ଗଳ୍ପ । ଆଲାଉଦ୍ଦିନ ଖିଲଜୀ ଚିତ୍ତୋର ରାଜ୍ୟ ଉପରେ ଆକ୍ରମଣ କରିବାର ଉଦ୍ଦେଶ୍ୟ ହେଉଛି ସମ୍ପତ୍ତି ଲୁଟିବା ଏବଂ ଦୁର୍ଗ ଦଖଲ କରିବା ।

ଐତିହାସିକଙ୍କ ମତରେ ଆଲାଉଦ୍ଦିନ ଖିଲଜୀଙ୍କ ସୈନ୍ୟ ଚିତ୍ତୋରରେ ପହଞ୍ଚିଥିଲେ କେବଳ ଧନ ଲୁଟିବା ପାଇଁ ।  ଦୁର୍ଗର ନିରାପତ୍ତା ଦେଖିବା ପରେ ଆଲାଉଦ୍ଦିନ ଖିଲଜୀଙ୍କ ସମଗ୍ର ସୈନ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସେମାନେ ଜାଣି ପାରିଥିଲେ ଦୁର୍ଗକୁ ଯଦି ସେମାନେ ଘେରି ରହିବେ ତେବେ ରାଜପୁତ ସେନା ଅଧିକ ଦିନ ଯୁଦ୍ଧ କରିପାରିବେ ନାହିଁ । ତାହା ହିଁ ହେଲା  । ସେମାନେ ଚିତ୍ତୋର ରାଜ୍ୟରେ ଥିବା ଦୁର୍ଗର ସୁରକ୍ଷା ଭିତରକୁ ପଶିବା ପାଇଁ ପଦକ୍ଷେପ ଖୋଜିବା ଆରମ୍ଭ କଲେ | ଆଲାଉଦ୍ଦିନ ଖିଲଜୀ ଚିତ୍ତୋର ଦୁର୍ଗ ଭିତରେ ରାଜା ରାୱଲ ରତନ ସିଂଙ୍କୁ ଯୁଦ୍ଧ ପାଇଁ ଏକ ବାର୍ତ୍ତା ପଠାଇଲେ । ଯୁଦ୍ଧ ଆରମ୍ଭ ହେଲା । ବାହାରୁ ଖାଦ୍ୟ ଦୁର୍ଗକୁ ଯାଇପାରିଲା ନାହିଁ । ଶେଷରେ ଦୁର୍ଗରେ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ଶେଷ ହେବାରେ ଲାଗିଲା ।  କିଛି ଦିନ ମଧ୍ୟରେ ଦୁର୍ଗ ଭିତରେ ଖାଦ୍ୟ ସାମଗ୍ରୀ ସରିଗଲା ଏବଂ ସେନାବାହିନୀ ସହ ସେଠାର ବାସିନ୍ଦାମାନେ ଦୁର୍ଗର ସୁରକ୍ଷା କରିବା ପାଇଁ ଅକ୍ଷମ ହେଲେ । ଫଳରେ ରାଜପୁତ ସେନା ଯୁଦ୍ଧରେ ପରାଜିତ ହେଲେ ।

ଏହି ଭୟଙ୍କର ଯୁଦ୍ଧରେ ଶକ୍ତିଶାଳୀ ରାଜା ରତନ ସିଂ ମୃତ୍ୟୁବରଣ କଲେ ଏବଂ ତାଙ୍କର ସମସ୍ତ ସୈନ୍ୟ ମଧ୍ୟ ପରାଜୟବରଣ କଲେ। ଆଲାଉଦ୍ଦିନ ଖିଲଜୀ ସମସ୍ତ ରାଜପୁତ ଯୋଦ୍ଧାଙ୍କୁ ଗୋଟିଏ ପରେ ଗୋଟିଏ ହତ୍ୟା କରି ଦୁର୍ଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଲେ। ଏହି ଖବର ଯେତେବେଳେ ଦୁର୍ଗ ଭିତରେ ପହଁଚିଲା । ରାଣୀ ପଦ୍ମିନୀ ଜାଣିପାରିଲେ ଯେ ମୁସଲମାନ ଶାସକ ଚିତ୍ତୋର ସାଧାରଣ ନାଗରିକଙ୍କୁ ହତ୍ୟା କରିବେ ଏବଂ ଦାସ କରି ମହିଳାମାନଙ୍କୁ ନିର୍ଯାତନା ଦେବେ। କାରଣ ସେତେବେଳେ ଏହା ହିଁ ହେଉଥିଲା ।  ତେଣୁ ରାଜପୁତନା ରୀତିନୀତି ଅନୁଯାୟୀ ସେଠାରେ ଥିବା ସମସ୍ତ ମହିଳା ଜୋହର କରିବାକୁ ନିଷ୍ପତ୍ତି ନେଇଥିଲେ।  ଜୋହର  ପରମ୍ପରାକୁ ଅନୁସରଣ କରିବା ପାଇଁ ଦୁର୍ଗର ମଧ୍ୟଭାଗରେ ଏକ ବଡ଼ ଗର୍ତ୍ତ ଖୋଳାଗଲା । ସେଥିରେ ନିଆଁ ଜଳିଲା ।  ମହିଳାମାନେ ସେହି ଜଳୁଥିବା ନିଆଁ ଗାତରେ ଡେଇଁ ନିଜ ଜୀବନ ହାରିଲେ ।

ଇତିହାସରେ ରାଜା ରତନ ସିଂ, ରାଣୀ ପଦ୍ମିନୀ,ରାଜପୁତ ସେନାଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ଲେଖାଯାଇଛି ।  ଚିତ୍ତୋର ଦୁର୍ଗରେ ଥିବା ସୈନ୍ୟମାନେ ନିଜ ଜନ୍ମଭୂମିର ସୁରକ୍ଷା ପାଇଁ ଜୀବନକୁ ଉତ୍ସର୍ଗ କରିଥିବାରୁ ରାଜପୁତ ସୈନ୍ୟଙ୍କୁ ସମ୍ମାନ ସହିତ ସ୍ମରଣ କରାଯାଇଥାଏ।

ମେବାର ସାମ୍ରାଜ୍ୟ କଥାକୁ ନେଇ ଐତିହାସକାରମାନେ କୁହନ୍ତି ମେବାରର ରାଜା ରାୱଲ ସମର ସିଂଙ୍କ ପୋଷ୍ୟପୁତ୍ର ଥିଲେ ରାୱଲ ରତନ ସିଂ  ।  ତାଙ୍କ ଶାସନ 1301 ରୁ 1302 ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା । ସେ 42 ତମ ଶାସକ ଭାବରେ ମେବାର ସିଂହାସନ ଆରୋହଣ କରିଥିଲେ।

ମେବାରର ଗୈାରବ, ଖ୍ୟାତି ଏବଂ ସମ୍ମାନ ରାଜା ରାୱଲ ରତନ ସିଂଙ୍କ ପରେ ନଷ୍ଟ ହୋଇଥିଲା । ନିଷ୍ଠୁର ତଥା ବର୍ବର ଅତ୍ୟାଚାରୀ ଦିଲ୍ଲୀ ସୁଲତାନ ଆଲାଉଦ୍ଦିନ ଖିଲଜୀଙ୍କ ସହ ସଂଗ୍ରାମ ପରେ ମେବାର ତଳିତଳାନ୍ତ ହୋଇଥିଲା ।

ଆଲାଉଦ୍ଦିନ ଖିଲଜୀ ସହ ରତନ ସିଂଙ୍କ ଏହି ଯୁଦ୍ଧକୁ ରଣଥାମ୍ବୋର ଯୁଦ୍ଧ କୁହାଯାଇଛି । ଆଲାଉଦ୍ଦିନ ସୁଲତାନ ସେ ସମୟରେ ରାଜ୍ୟ ଜୟ କରି ଧନ ଲୁଟ କରୁଥିବା ଐତିହାସିକମାନେ କୁହନ୍ତି  । ତେବେ ଗୋଟେ ପରେ ଗୋଟେ ରାଜ୍ୟ ଲୁଣ୍ଠନ କରିବାକୁ ପସନ୍ଦ କରୁଥିଲେ ଆଲ୍ଲାଉଦ୍ଦିନ । ଏହି କ୍ରମରେ ସେ ଗୁଜୁରାଟ ଅଭିମୁଖେ ଯୁଦ୍ଧ ପାଇଁ ଯାତ୍ରା କରୁଥିବାବେଳେ  ଭିଲୱାରା, ଏକଲିଙ୍ଗୀ, ଆହାର ଅଂଚଳ ନଷ୍ଟ କରି ଆଗକୁ ମାଡି ଚାଲିଥିଲେ । ଏହା ପରେ ତାଙ୍କ ସେନାର ନଜର ଚିତ୍ତୋର ଦୁର୍ଗ ଉପରେ ପଡ଼ିଥିଲା । ରାଜପୁତ ରାଜ୍ୟ ଜୟ କରି ଧନ ନେବାକୁ ଆଶା କରିଥିଲେ ଆଲ୍ଲାଉଦ୍ଦିନ  ।

ସେତେବେଳେ ଆଲାଉଦ୍ଦିନ କେବଳ ନଗର ଏବଂ ବସ୍ତିଗୁଡ଼ିକୁ ଧ୍ୱଂସ କରୁନଥିଲେ ବରଂ ବହୁ ପରିମାଣରେ ମନ୍ଦିର ମଧ୍ୟ ନଷ୍ଟ କରିଥିବା ଐତିହାସିକମାନେ କୁହନ୍ତି । ଏହି ମନ୍ଦିରଗୁଡିକର ସୁରକ୍ଷା ପାଇଁ ଆଗକୁ ଆସିଥିବା ହଜାର ହଜାର ଭକ୍ତଙ୍କୁ ବର୍ବର ଅତ୍ୟାଚାରୀ ଆଲାଉଦ୍ଦିନ ନିର୍ଦ୍ଦୟ ଭାବରେ ହତ୍ୟା କରିଥିବା ଇତିହାସରେ ବର୍ଣ୍ଣିତ ରହିଛି।

କେବଳ ସାହସୀ ପୁରୁଷ ଓ ମହିଳାଙ୍କ ବଳିଦାନ ପାଇଁ ନୁହେଁ ବରଂ ଭାରତୀୟ ମୂଲ୍ୟବୋଧ ତଥା ଆତ୍ମ ସମ୍ମାନର ସୁରକ୍ଷା ପାଇଁ ମଧ୍ୟ ମେବାର ସେତେବେଳେ ଆଗରେ ଥିଲା । ଏହି ସାମ୍ରାଜ୍ୟ ଇତିହାସରେ ସର୍ବୋତ୍ତମ ବୋଲି ନିଜର ପରିଚୟ ସୃଷ୍ଟି କରିଥିଲା ।

କିନ୍ତୁ ଏହାକୁ ଅଣଦେଖା କରି କେତେ କଳ୍ପନା କାହାଣୀ ଲୋକଙ୍କୁ ଶୁଣାଯାଇଛି ଓ ଫିଲ୍ମ ନିର୍ମାଣ କରାଯାଇଛି । ଏହି କାଳ୍ପନିକ କାହାଣୀରେ, ରାଣୀ ପଦ୍ମାବତୀଙ୍କ ସୈାନ୍ଦର୍ଯ୍ୟ ବିଷୟରେ ଅତ୍ୟଧିକ ଚିତ୍ରଣ କରାଯାଇଛି । ଆଲାଉଦ୍ଦିନ ଖିଲଜୀଙ୍କ ଆକର୍ଷଣ ଏବଂ ତାଙ୍କୁ ହିରୋ ଭାବରେ ଚିତ୍ରଣ କରିବା କେବଳ ଅଜ୍ଞତା ଏବଂ ମୂର୍ଖତା ନୁହେଁ, ବରଂ ଇତିହାସକୁ ବିକୃତ କରିବା ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ଐତିହାସିକମାନେ କୁହନ୍ତି ।

ବାସ୍ତବତା ହେଉଛି ଇତିହାସରେ କୈାଣସି ପଦ୍ମାବତୀ ନଥିଲେ । ରାଣୀଙ୍କ ନାମ ପଦ୍ମିନୀ ଥିଲା, ଯିଏ ରାୱଲ ରତନ ସିଂଙ୍କ ରାଣୀ ଥିଲେ । ସେ ଜଣେ ସାହସୀ ମହିଳା ଥିଲେ। ତେଣୁ ପଦ୍ମିନୀ ଏବଂ ପଦ୍ମାବତୀ ସମାନ ନୁହଁନ୍ତି  ।

1306 ମସିହାରେ, ଆଲାଉଦ୍ଦିନ ଖିଲଜୀ ଚିତ୍ତୋର ଉପରେ ଆକ୍ରମଣ କରି ଏଠାରେ ଥିବା ଦୁର୍ଗକୁ କାବୁ କରିଥିଲେ  ।  ଏହା ପରେ ଦିଲ୍ଲୀର ଆଲ୍ଲାଉଦ୍ଦିନ ସୁଲତାନ 1316 ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ।

ପଦ୍ମାବତୀଙ୍କ କଳ୍ପନା କାହାଣୀ, ଯାହା ବର୍ତ୍ତମାନ ରତନ ସିଂ ଏବଂ ଆଲାଉଦ୍ଦିନଙ୍କ ସହ ଜଡିତ, 1540 ଖ୍ରୀଷ୍ଟାବ୍ଦରେ ମୁସଲମାନ କବି ମଲିକ ମହମ୍ମଦ ଜୟସି ପଦ୍ମାବତ ଆକାରରେ ଲେଖିଥିଲେ। ଯାହା ପରେ ଅପଭ୍ରଂସ ହୋଇ ଲୋକ ଗୀତରେ ପ୍ରଚାର ପ୍ରସାର ପାଇଥିଲା । ଏହାପରେ ଅନେକ କବି ଏହା ଉପରେ ଅନେକ କାବ୍ୟ, କବିତା ଲେଖି ଏହାକୁ ବିକୃତ କରିବାରେ ଲାଗିଛନ୍ତି ।

ଭାରତକୁ ଆସିଥିବା ଅନ୍ୟ ଆକ୍ରମଣକାରୀ, ବର୍ବର, ହତ୍ୟାକାରୀ ସୁଲତାନଙ୍କ ପରି ଆଲାଉଦ୍ଦିନ ଖିଲଜୀ ମଧ୍ୟ ଲୁଣ୍ଠନ ଏବଂ ସାମ୍ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଆସିଥିଲେ। ସେ ରାୱଲ ରତନ ସିଂଙ୍କୁ ପରାସ୍ତ କରି ଚିତ୍ତୋର ଦୁର୍ଗକୁ କବଜା କରିଥିଲେ।

ପଦ୍ମାବତ ପୁରାଣରେ କୁହାଯାଇଛି ଯେ ପଦ୍ମାବତୀଙ୍କୁ ବିବାହ କରିବାକୁ ଚାହୁଁଥିବା କମ୍ବଲଗଡ଼ର  ରାଜା ଦେବପାଲଙ୍କ ସହ ଲଢ଼େଇ ବେଳେ ରତନ ସିଂଙ୍କୁ ହତ୍ୟା କରାଯାଇଥିଲା, କିନ୍ତୁ ବାସ୍ତବତା ହେଉଛି ଅନ୍ୟ କିଛି । ପ୍ରକୃତ ଇତିହାସ ହେଉଛି ଯେ  ରାଜା ରତନ ସିଂ, ରାଜପୁତ ଯୋଦ୍ଧାମାନଙ୍କ ସହ ମିଶି ଶେଷ ନିଶ୍ବାସ ପର୍ଯ୍ୟନ୍ତ ସଂଗ୍ରାମ କରିଥିଲେ । ସେ ଜଣେ ମହାନ ଯୋଦ୍ଧା ଥିଲେ। ମେବାର ସୁରକ୍ଷା ପାଇଁ ସେ ଜୀବନକୁ ବଳିଦାନ ଦେଇଥିଲେ ।

ସ୍ୱାମୀ ରତନ ସିଂଙ୍କ ମୃତ୍ୟୁ ପରେ, ରାଣୀ ପଦ୍ମିନୀ ନିଆଁରେ ଜୋହର କରିବା ପାଇଁ ନିଷ୍ପତ୍ତି ନେବାକୁ ଆଜି ବି ସମ୍ମାନ ଦିଆଯାଉଛି । ତାଙ୍କ ସହ ଶହ ଶହ ରାଜପୁତ ମହିଳା କ୍ଷତ୍ରିୟ ଧର୍ମର ସମ୍ମାନ ଏବଂ ଆତ୍ମ ସମ୍ମାନ ରକ୍ଷା କରିବା ପାଇଁ ଜୋହର ରାସ୍ତା ବାଛିଥିଲେ  । ଏହି ବୀରତ୍ୱର ବଳିଦାନ କିନ୍ତୁ ଅନ୍ୟ ଆକାରରେ ପରିବେଷଣ କରାଯାଉଛି ।

ଏହା କୁହାଯାଇପାରେ ଯେ ଦିଲ୍ଲୀର ବର୍ବର,ଅତ୍ୟାଚାରୀ, ଆକ୍ରମଣକାରୀ ସୁଲତାନ ଆଲାଉଦ୍ଦିନ ଖିଲଜୀଙ୍କ ବିରୋଧରେ ଚିତ୍ତୋର ରାଜା ଖୁବ୍ ଲଢ଼ିଥିଲେ । ରାଜା ରତନ ସିଂ ଏବଂ ତାଙ୍କ ରାଣୀ ପଦ୍ମିନୀଙ୍କ ସଂଗ୍ରାମ, ସଂଘର୍ଷ, ପ୍ରତିରୋଧ ସେମାନଙ୍କ ପୂର୍ବପୁରୁଷଙ୍କ ସାହସିକତା ଏବଂ ବୀରତ୍ୱର ପ୍ରତିଧ୍ୱନୀ ଅଟେ। ଯାହା ଆଜି ବି ଉଦାହରଣ ଭାବେ ପ୍ରେରଣାର ସ୍ରୋତ ହୋଇ ରହିଛି ।

ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.