ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସୋମବାର ଉତ୍ତରପ୍ରଦେଶ ପଞ୍ଜାବ ଓ କେରଳ ବିଧାନସଭା ଉପନିର୍ବାଚନ ତାରିଖକୁ ନଭେମ୍ବର 13 ରୁ 20 ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏବେ ଉତ୍ତରପ୍ରଦେଶର 9 ଟି , ପଞ୍ଜାବର 4 ଟି ଏବଂ କେରଳର ଗୋଟିଏ ଆସନର ମତଦାନ 20 ତାରିଖରେ ହେବ ।
କଂଗ୍ରେସ ଭାରତୀୟ ଜନତା ପାର୍ଟି ବହୁଜନ ସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକଦଳ ସମେତ ବିଭିନ୍ନ ଦଳ କେତେକ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନିର୍ବାଚନ ପୁନଃନିର୍ଦ୍ଧାରଣ କରିବାକୁ ଆୟୋଗକୁ ଅନୁରୋଧ କରିଥିଲେ । ସେମାନେ କହିଥିଲେ ଯେ ନଭେମ୍ବର 13 ରେ ନିର୍ବାଚନ ଆୟୋଜନ କଲେ ମତଦାନ ପ୍ରତିଶତ ପ୍ରଭାବିତ ହୋଇପାରେ । ଏଣୁ ତାରିଖ ବଦଳାଯାଉ ।
ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ କେରଳର ପାଲକ୍କଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ସଂଖ୍ୟାରେ ଭୋଟର କଲପତି ରଥୋତ୍ସବମ ପର୍ବ ପାଳନ କରିବେ ବୋଲି କଂଗ୍ରେସ କହିଥିଲା। ନଭେମ୍ବର ୧୫ରେ ପଞ୍ଜାବରେ ଶ୍ରୀ ଗୁରୁ ନାନକ ଦେବଙ୍କ ୫ତମ ପ୍ରକାଶ ପର୍ବ ଏବଂ ନଭେମ୍ବର ୧୩ରୁ ଅଖଣ୍ଡ ପଥ ପାଳନ କରାଯିବ ବୋଲି ଦଳ କହିଛି। ବିଜେପି, ବିଏସପି ଏବଂ ଆରଏଲଡି କହିଛନ୍ତି ଯେ ଉତ୍ତରପ୍ରଦେଶରେ କାର୍ତ୍ତିକ ପୂର୍ଣ୍ଣିମାର ୩-୪ ଦିନ ପୂର୍ବରୁ ଲୋକମାନେ ଧାର୍ମିକ ଯାତ୍ରା କରନ୍ତି । କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୧୫ରେ ହେବ।