ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ନିକଟରେ 3 ବିଲିଅନ ଡ଼ଲାରରୁ ଅଧିକ ମୂଲ୍ୟର ସେୟାର ବିକ୍ରି କରିଛନ୍ତି । ଏହା ସତ୍ତ୍ବେ ସେ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି । ଆମାଜନର ସେୟାର ମୂଲ୍ୟରେ ରେକର୍ଡ଼ ବୃଦ୍ଧି ଫଳରେ ତାଙ୍କୁ ଏଭଳି ସଫଳତା ମିଳିଛି । ତାଙ୍କର ନିଟ ସଂପତ୍ତି 220 ବିଲିଅନ ଡ଼ଲାରକୁ ବୃଦ୍ଧି ପାଇଛି । ଗତବର୍ଷକ ମଧ୍ୟରେ ବେଜୋସଙ୍କ ନିଟ ସଂପତ୍ତିରେ 42.8 ବିଲିଅନ ଡ଼ଲାର ବୃଦ୍ଧି ଘଟିଛି ବୋଲି ବ୍ଲୁମବର୍ଗ ବିଲିୟେନୟାର ଇଣ୍ଡେକ୍ସ ପକ୍ଷରୁ କୁଯାଯାଇଛି ।
ସେ ବର୍ତମାନ ବିଶ୍ବର ଶୀର୍ଷ ଧନୀ ତାଲିକାରେ ଆମେରିକାର ଅନ୍ୟତମ ଉଦ୍ୟୋଗୀ ଏଲନ ମସ୍କଙ୍କ ପଛକୁ ରହିଛନ୍ତି । ବେଜୋସଙ୍କ ତଳେ ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ତୃତୀୟ ସ୍ଥାନରେ ଅଛନ୍ତି । ନେଭମ୍ବର 3 ତାରିଖ ସୁଦ୍ଧା ମସ୍କଙ୍କ ନିଟ ସଂପତ୍ତି 262 ବିଲିଅନ ଡ଼ଲାର ରହିଥିବାବେଳେ ଜୁକରବର୍ଗଙ୍କ ନିକଟ ସଂପତ୍ତି 201 ବିଲିଅନ ଡ଼ଲାର ରହିଛି । ଆମାଜନର ସିଇଓ ପଦରୁ ବେଜୋସ 2021 ରୁ ଓହରି ଯାଇଥିଲେ ମଧ୍ୟ ଅଧ୍ୟକ୍ଷ ପଦରେ ଏବେ କାର୍ଯ୍ୟ କରୁଛନ୍ତି । ଅନ୍ୟାନ୍ୟ ବ୍ୟବସାୟରୁ ଅଧିକ ସମୟ ଦେବାପାଇଁ ବେଜୋସ ଏଭଳି ପଦକ୍ଷେପ ନେଇଛନ୍ତି । ତାଙ୍କ ଦ୍ବାରା ସ୍ଥାପିତ କମ୍ପାନି ବ୍ଲୁ ଅରିଜିନ ମହାକାଶକୁ ଯାନ ପ୍ରେରଣ କ୍ଷେତ୍ରରେ କାର୍ଯ୍ୟ କରୁଛି ।