ନଭେମ୍ବର 2 ରେ କିଙ୍ଗ ଖାନ ଶାହରୁଖ ତାଙ୍କର 59 ତମ ଜନ୍ମଦିନ ପାଳନ କରିଥିଲେ ଏବଂ ଏହି ଅବସରରେ ସେ ଏକ ବଡ଼ ଘୋଷଣା କରିଥିଲେ । ଏହି ଘୋଷଣା ଶୁଣି ତାଙ୍କ ପ୍ରଶଂସକମାନେ ଏବେ ବହୁତ ଖୁସି ଅଛନ୍ତି । ଜନ୍ମଦିନରେ ପ୍ରଶଂସକଙ୍କୁ ଖୁସି ଖବର ଦେଇ ଶାଖରୁଖ ଖାନ କହିଥିଲା ଯେ ସେ ଧୂମପାନ ଛାଡ଼ିଛନ୍ତି ।
ଏହି ଖବରଟି ତାଙ୍କ ପ୍ରଶଂସକଙ୍କୁ ଉଭୟ ଆଶ୍ଚର୍ଯ୍ୟ ଓ ଖୁସି କରାଇଥିଲା । ଶାହରୁଖ ସିଗାରେଟ ଟାଣିବା ଆରମ୍ଭ କରିବାର 3 ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି । ସେ ଖୋଲାଖୋଲି ଭାବେ ସିଗାରେଟ ଟାଣୁଥିବାର ଅନେକ ଭିଡ଼ିଓ ସୋସିଆାଲ ମିଡ଼ିଆରେ ପ୍ରତିଦିନ ଦେଖିବାକୁ ମିଳୁଛି । ଗତ କିଛି ଦିନ ହେବ ସେ ଧୁମପାନ କରୁଥିବାର ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଏବେ ଶାଖରୁଖ ଧୂମପାନ ଛାଡ଼ିଥିବା କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଖୁସି ଖବର ହେଲା ମୁଁ ଧୂମପାନ ଛାଡ଼ିଦେଇଛି ସାଙ୍ଗମାନେ । ଏଠାକୁ ଆସିବା ପୂର୍ବରୁ ମୋତେ ଲାଗୁଥିଲା ମୁଁ ଅଣନିଶ୍ବାସୀ ହେଉଛି । ହେଲା ସମୟ ସହ ଏଇଟା ବି ଠିକ ହୋଇଯିବ ।