ଦିନକୁ ଦିନ ବିଗୁଡ଼ୁଛି ଭାରତ ଓ କାନାଡ଼ା ସମ୍ପର୍କ । ନିଜ୍ଜର ହତ୍ୟା ମାମଲାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ବଢୁଛି । ଗୋଟାଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଆଣିଚାଲିଛି କାନ୍ନାଡ଼ା । ଏହା ପରେ କାନାଡ଼ାକୁ ଏବେ ଶକ୍ତ ଜବାବ ଦେଇଛି ଭାରତ । ଏପରିକି କାନାଡ଼ା ରାଷ୍ଟ୍ରପତିଙ୍କୁ ସମନ ମଧ୍ୟ ଦେଇଛି ଭାରତ ।
ଏହା ଭିତରେ ଭାରତ କାନାଡ଼ା ବିରୋଧରେ ନୂଆ ଓ ସଗୀଂନ ଅଭିଯୋଗ ଆଣୁଥିବାର ସୂଚନା ରହିଛି । ଭାରତୀୟ ବୈଦେଶିକ ମନ୍ତ୍ରଳାୟ କହିଛି କାନାଡ଼ରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ଫୋନକୁ ଟ୍ୟାପିଂ କରାଯାଇଛି । ସେମାନଙ୍କ ଗତିବିଧିକୁ ସନ୍ଦେହ ଦୃଷ୍ଟିରେ ଦେଖା ଯାଉଛି । ମାନସିକ ନିର୍ଯ୍ୟାତନା ଦେବା ଯୋଗୁଁ ରାଷ୍ଟ୍ରଦୂତମାନେ ଖୁବ ଭୟର ମାହୋଲରେ କାମ କରୁଛନ୍ତି । ଟ୍ରୁଡ଼ୋ ସରକାର ଅର୍ନ୍ତଜାତୀୟ ଗଣମାଧ୍ୟମରେ ଭୁଲ, ମିଛ ଏବଂ ପ୍ରାୟୋଜିତ ଖବର ପ୍ରସାରଣ କରୁଥିବା କହି ଭାରତ ଏବେ ଅଭିଯୋଗ ଆଣିଛି।