ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଅଚାନକ ବନ୍ୟା ପ୍ରଭାବରେ ସ୍ପେନର ଅନେକ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । କେବଳ ଏହା ନୁହେଁ ଏହି ବନ୍ୟାରେ 214 ଜଣଙ୍କ ମୃତ୍ୟୁ ଘଟିଛି । ଶତାଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ପ୍ରଧାନମନ୍ତ୍ରୀ ପେଟ୍ରା ସାଜ କହିଛନ୍ତି ଚଳିତ ଇତିହାସରେ ସବୁଠାରୁ ବଡ଼ ଆକସ୍ମିକ ବନ୍ୟାକୁ ସ୍ପେନ ସାମ୍ନା କରିଛି । 4 ଦିନ ଧରି ଲଗାଣ ବର୍ଷା ଯୋଗୁଁ ଶନିବାର ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା । ଏଥିରେ ଭାଇନେସିଆର ପୂର୍ବାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଉଦ୍ଧାର ଓ ସଫେଇ କାର୍ଯ୍ୟରେ 25 ଶହ ସେନା ମୁତୟନ ଅଛନ୍ତି । 5 ହଜାର ଅତିରିକ୍ତ ସେନା ଯବାନଙ୍କୁ ମୁତୟନ କରାଯିବ ବୋଲି କୁହାଯାଇଛି । ଭାଲନେସିଆରେ 211 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଷ୍ଟିଲିଆଲା ମାନ ଓ ଆଣ୍ଡାଲୁସିଆରେ 3 ଜଣଙ୍କ ମୃତ୍ୟୁ ଘଟିଛି ।
ବନ୍ୟା ପରିସ୍ଥିତି ମୁକାବିଲାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ଆକସ୍ମିକ ବନ୍ୟା କେବଳ ଦେଶରେ ନୁହେଁ ଗତ 4 ବର୍ଷ ମଧ୍ୟରେ ସମଗ୍ର ୟୁରୋପର ଅନ୍ୟତମ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଅଟେ । 1967 ରେ ପର୍ତୁଗାଲରେ ହୋଇଥିବା ବନ୍ୟାରେ 5 ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା ।