ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଲଜ୍ଜାଜନକ ପରାଜୟ ଭାରତ ପାଇଁ ବିପଦ ହୋଇଛି । ବିଶ୍ବ ଟେଷ୍ଟ ଚାମ୍ପିୟନସିପ ପାଇଁ ପଏଣ୍ଟ ଏବେ ଅଡ଼ୁଆ । ଟେବୁଲରେ ଭାରତ କିଛି ପଏଣ୍ଟ ହରାଇବା ସହ ତଳକୁ ଖସିଯାଇଛି । ଭାରତ ଉପରକୁ ଉଠିଛି ଅଷ୍ଟ୍ରେଲିଆ । ଆଗାମୀ ଦିନରେ ଯଦି ଭାରତ ଅଷ୍ଟ୍ରେଲିଆଠାରୁ ହାରେ ତେବେ ଭାରତ ଫାଇନାଲ ଖେଳିବା ଆଶାରେ ରହିଯିବ ।
ଭାରତ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚ୍ ଖେଳି ୮ଟିରେ ବିଜୟୀ ହୋଇଛି। ଏହା ସହ ସେ ୫ଟିରେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆ ୧୨ଟି ମ୍ୟାଚ୍ ଖେଳି ୮ଟିରେ ବିଜୟୀ ହୋଇଛି। ସେ ୩ଟି ମ୍ୟାଚରେ ପରାଜୟ ବରଣ କରିଛି। ୩ୟ ସ୍ଥାନରେ ରହିଛି ଶ୍ରୀଲଙ୍କା ଓ ୪ର୍ଥରେ ରହିଛି ନ୍ୟୁଜିଲାଣ୍ଡ ।
ଭାରତର ପଏଣ୍ଟ ସଂଖ୍ୟା ( ୯୮) ଅଷ୍ଟ୍ରେଲିଆ (୯୦)ଠାରୁ ଅଧିକ ହେଲେ ବି ପଏଣ୍ଟ ପ୍ରତିଶତ ହିସାବ ଅନୁସାରେ ଅଷ୍ଟ୍ରଲିଆ ଭାରତଠାରୁ ଆଗୁଆ ରହିଛି । ଅଷ୍ଟ୍ରେଲିଆର ପଏଣ୍ଟ ପ୍ରତଶତ ୬୨.୫୦ ଥିବାବେଳେ ଭାରତର ୫୮.୩୩ ରହିଛି ।
ତିନିଟିକିଆ ଟେଷ୍ଟ ସିରିଜରେ ଭାରତକୁ ଘାଇଲା କରିଛି ନ୍ୟୁଜିଲାଣ୍ଡ । ଟିମ ଇଣ୍ଡିଆକୁ 0-3 ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଏହି ପରାଜୟ ଯୋଗୂଁ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ପଏଣ୍ଟ ଟେବୁଲରେ ଗୋଟିଏ ସ୍ଥାନ ତଳକୁ ଖସିଯାଇଛି ଟିମ ଇଣ୍ଡିଆ ।
ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଭାରତ ଏବେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ଏପର୍ଯ୍ୟନ୍ତ 14 ଟି ମ୍ୟାଚ ଖେଳି 8 ଟିରେ ବିଜୟୀ ହୋଇଛି । ଏହା ସହ ସେ 5 ଟିରେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛି । ଅଷ୍ଟ୍ରେଲିଆ 12 ଟି ମ୍ୟାଚ ଖେଳି 8 ଟିରେ ବିଜୟୀ ହୋଇଛି । ସେ 3 ଟି ମ୍ୟାଚରେ ପରାଜୟ ବରଣ କରିଛି । 3ୟ ସ୍ଥାନରେ ରହିଛି ଶ୍ରୀଲଙ୍କା ଓ 4 ର୍ଥରେ ରହିଛି ନ୍ୟୁଜିଲାଣ୍ଡ ।