ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଶୁକ୍ରବାର ଏକ ମୋବାଇଲ ଆପ ଉନ୍ନୋଚନ କରାଯାଇଛି । ଏହାର ନାମ ଏନଏସଇ ଇଣ୍ଡିଆ ରହିଛି । ଏଥିସହିତ ପୂର୍ବରୁ 4 ଟି ଭାଷାରେ ଏନଏସଏଇ ଓ୍ବେବସାଇଟ ଉପଲବ୍ଧ ହେଉଥିବାବେଳେ ଏବେ ଏହାକୁ 12 ଟି ଭାଷାକୁ ବୃଦ୍ଧି କରାଯାଇଛି । ଯେଉଁ ନୂଆ 8 ଟି ଭାଷାରେ ଓ୍ବେବସାଇଟ ଆରମ୍ଭ ହୋଇଛି ସେଥିରେ ଓଡ଼ିଆ ରହିଛି । ଏହାବ୍ୟତୀତ ଅନ୍ୟ ଭାଷାଗୁଡ଼ିକ ହେଲା ଅହମିୟା , ବଙ୍ଗଳା କନ୍ନଡ଼ , ମାଲାୟାଲମ ପଞ୍ଜାବୀ ତାମିଲ ଏବଂ ତେଲୁଗୁ ।
ପୂର୍ବରୁ ଏନଏସଇ ଓ୍ବେବସାଇଟ ଯେଉଁ 4 ଟି ଭାଷାରେ ଉପଲବ୍ଧ ହେଉଥିଲା ।ସେଗୁଡ଼ିକ ହେଲା ଇଂରାଜୀ , ହିନ୍ଦୀ, ମରାଠୀ ଏବଂ ଗୁଜରାଟୀ । ଫଳରେ ବର୍ତମାନ ଏନଏସଇର ଲେଖା ଓ ସୂଚନାଗୁଡ଼ିକ 12 ଟି ଭାଷାରେ ଉପଲବ୍ଧ ହେବା ଏହାଦ୍ବାରା ଦେଶର ବିଭିନ୍ନ ଅଞ୍ଚଳର ଲୋକେ ସେମାନଙ୍କ ମଧ୍ୟରେ ଦୃଢ ବିଶ୍ବାସ ସୃଷ୍ଟି ହୋଇପାରିବ । ଏଥିସହିତ ଏନ୍ଏସ୍ଇ ଆପ୍ରେ ଷ୍ଟକ୍ ମାର୍କେଟ୍ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଶୀଘ୍ର ମିଳିପାରିବ।