ଆମେରିକା ନିର୍ବାଚନ ଗତ ଥର ଭଳି ଏଥର ସରଗରମ ରହିଛି । ଗତଥର ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ହିଂସା ଦେଖାଦେଇଥିଲା । ଏଥର ମଧ୍ୟ ଦୁଇ ଦଳ ମଧ୍ୟରେ କଡା ଟକ୍କର ଚାଲିଛି ଗୋଟିଏ ପଟେ ବିଜେତା ଦଳ ବିଜୟ ଉତ୍ସବ ପାଳନ କରିବ ଅନ୍ୟ ପରାସ୍ତ ଦଳ କଣ କରିବ ତାକୁ ନେଇ ଚର୍ଚା ହେଉଛି । ଗତଥର ଭଳି ଏଥର ହିଂସା ଉପୁଜିବା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ ।
ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଏଥର ଜିତିବା ନେଇ ଚର୍ଚା ହେଉଛି । 1892 ପରଠାରୁ ଏହା ପ୍ରଥମ ଥର ହେବ ଯେ ଜଣେ ରାଷ୍ଟ୍ରପତି ଥରେ ହାରିବା ପରେ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହେବେ ।
ଆମେରିକାରେ ବିଜୟ ପାଇଁ ମ୍ୟାଜିକ୍ ନମ୍ବର ହେଉଛି 270 । ଯାହାର ସାଂସଦ ସଂଖ୍ୟା ଏହି ମ୍ୟାଜିକ ନମ୍ବର ଛୁଇଁବ ସେ ହେବେ ରାଷ୍ଟ୍ରପତି । ରାତି ପାହିଲେ ଭୋଟ ହେବ ।
ସାତୋଟି ପ୍ରମୁଖ ରାଜ୍ୟରେ ସ୍ବୁଇଂ ଭୋଟ ରହିଛି । ଏହି ଭୋଟର କିପରି ପ୍ରଦର୍ଶନ କରିବେ ତାହା ଉପରେ ନିର୍ବାଚନ ନିର୍ଭର କରେ । ସେଥିମଧ୍ୟରେ ପେନସିଲଭାନିଆ, ୱାଶିଂଟନ, ମିସିଗନ୍, ଜର୍ଜିଆ, ଏରିଜୋନା, ନେଭାଡା ଏବଂ ଉତ୍ତର କାରୋଲିନା ଅନ୍ତର୍ଭୁକ୍ତ। ଯଦି ନିର୍ବାଚନରେ ଟ୍ରମ୍ପ ଏହି ନେତୃତ୍ବ ବଜାୟ ରଖିପାରନ୍ତି, ତେବେ ସେ 47 ତମ ରାଷ୍ଟ୍ରପତି ହେବେ। କାରଣ ମିଡିଆରେ ଟ୍ରମ୍ପ ଜିତିବେ ବୋଲି ଆଲୋଚନା ହେଉଛି ।
ଅନ୍ୟ ଏକ ଜଟିଳ ସମସ୍ୟା ହେଉଛି ଯୁକ୍ତରାଷ୍ଟ୍ରରେ ଭୋଟ୍ ଦେବାର 3 ଟି ପ୍ରକ୍ରିୟା ଅଛି । ବ୍ୟକ୍ତିଗତ ଭୋଟ୍, ବା ଏର୍ଲିି ଭୋଟ । ସେପ୍ଟେମ୍ବର 11 ରୁ କେତେକ ରାଜ୍ୟରେ ଆରମ୍ଭ ହୋଇଛି । ସେହିପରି ନଭେମ୍ବର 5 ରେ ଭୋଟ୍ ଏବଂ ପୋଷ୍ଟାଲ ବାଲାଟ ଭୋଟ୍ ଗଣାଯିବ । ଯେଉଁ ବଡ଼ ରାଜ୍ୟରେ କମ୍ ଜନସଂଖ୍ୟା ରହିଥାଏ, ସେଠାରେ ମତଦାନ କମ୍ ହେବାର ସମ୍ଭାବନା ଥାଏ । ଏଣୁ ସେଠାରେ କେବଳ ଡାକ ମାଧ୍ୟମରେ ମତଦାନ ସାବ୍ୟସ୍ତ କରାଯାଏ ।
ଡାକ ମାଧ୍ୟମରେ ଆସିଥିବା ସମସ୍ତ ବାଲାଟ୍ ଗଣନା ନହେବା ପର୍ଯ୍ୟନ୍ତ ନିର୍ବାଚନ ରାତିରେ ବିଜେତାଙ୍କ ନାଁ ଘୋଷଣା ହୋଇପାରିବ ନାହିଁ। ବାସ୍ତବରେ, 2020 ରେ ଟ୍ରମ୍ପ ନିର୍ବାଚନ ରାତିରେ ପେନସିଲଭାନିଆରେ ନେତୃତ୍ବ ନେଉଥିଲେ, କିନ୍ତୁ ଡାକ ଯୋଗେ ଆସିଥିବା ହଜାର ହଜାର ବାଲାଟ ଗଣନା ହେବାର ଚାରି ଦିନ ପରେ ବିଡେନଙ୍କ ବିଜୟ ଘୋଷଣା କରାଯାଇଥିଲା ।