ନଭେମ୍ବର 5 ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ସ୍ଥିର ହୋଇଛି । ତେବେ ସାରା ଦେଶରେ କୋଟି କୋଟି ଭୋଟର ମତଦାନ କରିସାରିଛନ୍ତି । ଫ୍ଲୋରିଡ଼ା ବିଶ୍ବବିଦ୍ୟାଳୟର ନିର୍ବାଚନ ଲ୍ୟାବ ଟ୍ରାକର ଅନୁଯାୟୀ ବର୍ତମାନ ପର୍ଯ୍ୟନ୍ତ 6 କୋଟି 80 ଲକ୍ଷ ଲୋକ ଆମେରିକାରେ ଭୋଟ ଦେଇ ସାରିଛନ୍ତି ।
ଆମେରିକାରେ ଏକ ନିୟମ ରହିଛି ଯାହା ଅନ୍ତର୍ଗତ ନିର୍ବାଚନ ପାଇଁ ଧାର୍ଯ୍ୟ ତାରିଖ ପୂର୍ବରୁ ଭୋଟରଙ୍କୁ ଭୋଟ ଦେବାର ଅଧିକାର ମିଳିଥାଏ । ଏହାକୁ ଏର୍ଲି ଭୋଟ କୁହାଯାଇଥାଏ । ଏହି ନିୟମ ଅନୁଯାୟୀ ଯେଉଁମାନେ ଆମେରିକାରେ ଭୋଟ ଦେବା ପାଇଁ ବୈଧ ସେମାନଙ୍କୁ ଭୋଟ ଦେବା ଦିନ ପୂର୍ବରୁ ମଧ୍ୟ ଭୋଟ ଦେବାର ଅଧିକାର ଦିଆଯାଇଥାଏ । ପଞ୍ଜିକୃତ ଇମେଲ ବ୍ୟବହାର କରି ଭୋଟ ପୋଷ୍ଟ କରି ଭୋଟ ତାରିଖ ପୂର୍ବରୁ ଭୋଟ କେନ୍ଦ୍ର ପରିଦର୍ଶନ କରି ସେମାନେ ଭୋଟ କରିପାରିବେ ।
କେବଳ ନୁୟର୍କ ସିଟିରେ ପ୍ରାୟ 1,40,000 ଲୋକ ଏର୍ଲି ଭୋଟ ଦେବାର ପ୍ରଥମ ଦିନରେ ଭୋଟ ଦେଇଥିଲେ । ଏଠାରେ ନିର୍ବାଚନ ବୋର୍ଡ଼ ଅନୁଯାୟୀ ନ୍ୟୁୟର୍କ ଏର୍ଲି ଭୋଟ ଦେବାର ଏକ ରେକର୍ଡ଼ ସୃଷ୍ଟି କରିଛି ଏବଂ ଏହା ଜାରି ରହିଛି ।
ଏର୍ଲି ଭୋଟ୍ ଦେବାର ଏହି ସୁବିଧା ସହିତ, ଅଧିକାଂଶ ଭୋଟର ଭୋଟ୍ ପାଇଁ ସ୍ଥିର ହୋଇଥିବା ଦିନରେ ଅନେକ ସମସ୍ୟାରୁ ରକ୍ଷା ପାଇଥାନ୍ତି। ମତଦାନ କିମ୍ବା ଖରାପ ପାଗ କିମ୍ବା ମତଦାନ ସ୍ଥାନରେ ଅନ୍ୟ କୌଣସି ସମସ୍ୟା ପାଇଁ ଲମ୍ବା ଧାଡି ହୋଇଥାଏ। ମାତ୍ର ଏର୍ଲି ଭୋଟ୍ ଦ୍ବାରା ଭୋଟର ଏସବୁ ସମସ୍ୟାରୁ ରକ୍ଷା ପାଇଥାନ୍ତି।
ସୂଚନାଯୋଗ୍ୟ ୨୦୨୦ରେ ୧୦୦ରୁ କମ୍ ମତଦାନ କେନ୍ଦ୍ର ଏର୍ଲି ଭୋଟ୍ ପାଇଁ ସ୍ଥାପିତ ହୋଇଥିଲା। ଏଥର କେବଳ ନ୍ୟୁୟର୍କରେ ଏହି ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ରହିଛି।