ମୁମ୍ବାଇପୁଲିସ କଣ୍ଟ୍ରୋଲ ରୁମକୁ ଏକ ଧମକ ପୂଣ୍ଣ କଲ ଆସିଛି । ଯେଉଁଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି । ଏହି ଧମକ ଏକ ଅଜ୍ଞାତ ନମ୍ବରରୁ ଦିଆଯାଇଛି । 10 ଦିନରେ ଇସ୍ତଫା ନ ଦେଲେ ବାବା ସିଦ୍ଧିକଙ୍କ ଭଳି ଅବସ୍ଥା ହେବ ବୋଲି ଧମକରେ କୁହାଯାଇଛି ।
ଶନିବାର ସନ୍ଧ୍ୟାରେ ଆସିଥିବା ଏକ ଧମକପୂଣ୍ଣ କଲ ପରେ ମୁମ୍ବାଇ ପୁଲିସକୁ ସତର୍କ କରାଯାଇଛି । କଲ କରିଥିବା ବ୍ୟକ୍ତିଙ୍କୁ ଖୋଜାଯାଉଛି ।
ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ମିଳିଥିବା କଲର ତଦନ୍ତ ଆରମ୍ଭ କରିଛି ପୁଲିସ । ମହାରାଷ୍ଟ୍ରର ପୁର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍କଷ୍ଟାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ନେଇଥିଲେ।
ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ଲକ୍ଷ୍ନୌର ମହାନଗରରେ ଅବସ୍ଥିତ କଣ୍ଟ୍ରୋଲ ରୁମ ସୁରକ୍ଷା ମୁଖ୍ୟାଳୟରେ ଯୋଗୀଙ୍କୁ ବୋମାରେ ତାଙ୍କୁ ଉଡ଼ାଇଦେବାକୁ ଧମକ ମିଳିଥିଲା। ଡ୍ୟୁଟିରେ ଥିବା ହେଡ କନଷ୍ଟେବଳ ଉଦାମ ସିଂଙ୍କ ଅନୁଯାୟୀ, ରାତି ପ୍ରାୟ ୧୦ଟା ୮୮୮୯୯୯୧୯୧୬ ନମ୍ବରରୁ ଏହି କଲ୍ ଆସିଥିଲା। ଯୋଗୀଙ୍କୁ ସିୟୁଜି ନମ୍ବର ଉପରେ ଧମକ ଦିଆଯାଇଥିଲା।
ଯୁବକ ଜଣକ ଫୋନ୍ କରି କହିଥିଲେ ଯେ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ। ଯେତେବେଳେ କନଷ୍ଟେବଳ ପଚାରିଥିଲେ ସେ କେଉଁଠାରୁ ଫୋନ କରୁଛନ୍ତି, ଯୁବକ ଜଣକ ସଙ୍ଗେ ସଙ୍ଗେ ଫୋନ୍ ବିଚ୍ଛିନ୍ନ କରିଥିଲେ। ଯୋଗୀଙ୍କୁ ନେଇ ଏଭଳି ଧମକ ମିଳିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।