ରାଜଧାନୀରେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ 4 ଟି ବାଘ ଶାବକ ଜନ୍ମ ନେଇଛନ୍ତି । ଏମାନଙ୍କୁ ବାଘୁଣୀ ରୁପା ଜନ୍ମ ଦେଇଛି । ନନ୍ଦନକାନନ କର୍ତୁପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି । ଆଗାମୀ ଦିନରେ ନୂଆ ଅତିଥିଙ୍କ ନାମକରଣ ହେବା । 6 ବର୍ଷ ବୟସର ରୁପା 2018 ସେପ୍ଟେମ୍ବର 22 ତାରିଖରେ ମହାବଳ ବାଘ ରୋଶନ ଓ ବାଘୁଣୀ ବିଜୟାଙ୍କ ମିଳନରୁ ଜନ୍ମ ନେଇଥିଲା ।
ବାଘୁଣି ରୁପା ତୃତୀୟ ଥର ପାଇଁ ମା ହୋଇଛି । ସେ ପ୍ରଥମ ଥର ପାଇଁ 2022 ମାର୍ଚ୍ଚ 11 ତାରିଖରେ ମା ହୋଇଥିଲା ମହାବଳ ବାଘ ରାଜେଶ ସହିତ ମିଳନରୁ 3 ଶାବକ ଜନ୍ମ ଦେଇଥିଲା । ଏଥିରୁ 2 ଟି ଶାବକ ଏକ ମାସ ମଧ୍ୟରେ ମୃତ୍ୟୁ ହୋଇଥିଲା କିନ୍ତୁ ତୃତୀୟ ଶାବକ ହିମାଂଶୀକୁ ପ୍ରାଣୀ ଅଦଳବଦଳ କ୍ରମେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଜିର ଚକଳାସ୍ଥିତ ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନକୁ ଚଳିତ ବର୍ଷ ଜୁଲାଇ 9 ତାରିଖରେ ପଠାଯାଇଥିଲା ।
ରୁପା ଦ୍ବିତୀୟ ଥର ପାଇଁ ରାଜେଶ ସହିତ ମିଳନରୁ ଗତ ବର୍ଷ ଜାନୁଆରି 6 ତାରିଖରେ ମା ହୋଇଥିଲା । ଗତ ବର୍ଷ ସେ ଦୁଇଟି ଶାବକ ଙ୍କୁ ଜନ୍ମ ଦେଇଥିଲା । ବର୍ତମାନ ଏହି ଦୁଇ ଶାବକ ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛନ୍ତି ।
ରୁପା ଆଜି ସକାଳେ 5 ଟା 43ରେ ପ୍ରଥମ ଶାବକକୁ ଜନ୍ମ ଦେଇଥିଲା । ଏହା ପରେ ପୂର୍ବାହ୍ନ 6 ଟା 22 ,7ଟା 49 ଓ 9ଟା 31ରେ ଦ୍ବିତୀୟ ତୃତୀୟ ଓ ଚତୁର୍ଥ ଶାବକଙ୍କୁ ଜନ୍ମ ଦେଇଥିଲା । ରୁପାର ଉପରେ ସିସିଟିଭି ମାଧମରେ ନଜର ରଖାଯାଇଛି ।