ଚଳିତ ବର୍ଷ ଅକ୍ଟୋବରରେ ରାଜ୍ୟରେ 4592 କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ ସଂଗ୍ରହ ହୋଇଛି । ଏହା 2023 ଅକ୍ଟୋବରରେ ସଂଗ୍ରହ ହୋଇଥିବା 4177 କୋଟି ଟଙ୍କା ଜିଏସଟି ତୁଳନାରେ 10 ପ୍ରତିଶତ ଅଧିକ ଚଳିତ ବର୍ଷ ସେପ୍ଟେମ୍ବରରେ ରାଜ୍ୟରେ 4596 କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା ଯାହା ଅକ୍ଟୋବର ତଥା ତଳୁନାରେ ସାମାନ୍ୟ ଅଧିକ । ସର୍ବଭାରତୀୟ ସ୍ତରରେ ଏହି ମାସରେ 1.87 ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ରାଜ୍ୟଗୁଡ଼ିକର ଜିଏସଟି ସଂଗ୍ରହ ଉପରେ ନଜର ପକାଇଲେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି । ସବୁ ରାଜ୍ୟ ରେ ଧାରା ଅଲଗା ରହିଛି । କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଜିଏସଟି ସଂଗ୍ରହରେ ସର୍ବାଧିକ 30 ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କେରଳରେ 20 ପ୍ରତିଶତ ଓ ହରିୟାଣାରେ 15 ପ୍ରତିଶତ ବୃଦ୍ଧି ହୋଇଛି ।
ଚଳିତ ବର୍ଷର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଜିଏସଟି ମଧ୍ୟରେ ଜିଏସଟି ସଂଗ୍ରହ ପରିମାଣ 12.74 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହା 2023 ର ସମାନ ସମୟରେ କରାଯାଇଥିବା 11.64 ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ତୁଳନାରେ 9.4 ପ୍ରତିଶତ ଅଧିକା ଜିଏସଟି ସଂଗ୍ରହରୁ ଗୋଟିଏ କଥା ଜଣାପଡ଼ିଛି ଯେ ଦେଶ ଭିତରେ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ଉତ୍ସାହଜନକ ରହିଛି। ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍)ରେ ମାସିକ ହାରାହାରି ୧.୮୬ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଥିଲା। ଦ୍ବିତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର) ମଧ୍ୟରେ ହାରାହାରି ମାସିକ ସଂଗ୍ରହ ୧.୭୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।