ଆଜି କିଙ୍ଗ ଖାନ ପାଳୁଛନ୍ତି ତାଙ୍କର 59 ତମ ଜନ୍ମଦିନ । ବିଗ ବି ଅମିତାଭ ବଚ୍ଚନଙ୍କ ପରି ସୁପରଷ୍ଟାର ଶାହରୁଖ ଖାନ ମଧ୍ୟ ତାଙ୍କର ଜନ୍ମଦିନରେ ବାସଭବନ ମନ୍ନତ ବାହାରେ ଜମା ହୋଇଥିବା ହଜାର ହଜାର ପ୍ରଶଂସକମାନଙ୍କୁ ଦେଖା ଦିଅନ୍ତି ହାତ ହଲାଇ ଅଭିବାଦନ ଜଣାନ୍ତି । ଜନ୍ମଦିନରେ ଶାହରୁଖ ପ୍ରଶଂସକଙ୍କୁ ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ଦିଅନ୍ତି ।
ତେବେ ଏ ବର୍ଷ ଶାହରୁଖଙ୍କ ଜନ୍ମଦିନ ଟିକେ ନିଆରା । କାରଣ ପତ୍ନୀ ଗୌରୀଖାନ ସ୍ବାମୀଙ୍କ ଜନ୍ମଦିନ ଅବସରରେ ପ୍ରାୟ 250 ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଅତିଥିଙ୍କୁ ମନ୍ନତ କୁ ରାତ୍ରିଭୋଜନ ଲାଗି ଗୌରୀ ବଲିଉଡ଼ର ଜଣାଶୁଣା ତାରକା ରଣବୀର ସିଂହ, ସୈଫ ଅଲି ଖାନ, କରୀନା କପୁର, କରିସ୍ମା କପୁର, ଜୋୟା ଅଖତର, ଫରହା ଖାନ, ସନୟା କପୁର, ମାହିପ କପୁର, ସାଲିନି ପାସି, ନିଲମ କେଠାରି , କରଣ ଜୋହର, ଅନନ୍ୟା ପାଣ୍ଡେ, ଆଲିଆ ଭଟ୍ଟ , ଆସିନ ଭଟ୍ଟ ଓ ଆହୁରି ଅନେକ ସିନେ- ବ୍ୟକ୍ତିତ୍ବ ଏହି ବଡ଼ ପାର୍ଟିରେ ସାମିଲ ହେଉଥିବା ଜଣାପଡ଼ିଛି ।