ଦୀପାବଳୀରେ ଅଶାନ୍ତ ରାଜଧାନୀ । ଗୁରୁବାର ହଣାହଣି ପରେ ଗତକାଲି ବୋମା ମାଡ଼ । ବୋମା ମାଡ଼ରେ କାରର କାଚ ଓ ଗୋଟିଏ ବାଇକ ନଷ୍ଟ ହୋଇ ଯାଇଛି । ସୂଚନା ଅନୁସାରେ ଗତକାଲି ସହିଦ ନଗର ଓ୍ବନିର କ୍ଳବର କିଛି ଯୁବକ ସହିଦ ନଗର ଚାନ୍ଦୀଭଣ୍ଡାର ପାଖରେ ଛିଡ଼ା ହୋଇ ସିଗାରେଟ ଟାଣୁଥିବା ବେଳେ ଗୋଶାଳାର କିଛି ଯୁବକ ଆସି କମେଣ୍ଟ କରିଥିଲେ ।
ଦୁଇ ଗୋଷ୍ଠୀ ମୁଁହାମୁହିଁ ହେବା ପରେ 10 ରୁ 15 ଯୁବକ ଆସି ଆକ୍ରମଣ କରିଥିଲେ । ଏଥିରେ ଜଣେ ଗୁରୁତର ଆହତ ହୋଇଥିଲେ । ସହିଦ ନଗର ଥାନାରେ ମଧ୍ୟ ମାମଲା ଦାୟର ହୋଇଥିଲା । ଆଜି ପୁଣି ସେହି ଗୋଷ୍ଠୀ ବାଇକରେ ରାଲି କରି ଆସି ଓ୍ବିନର କ୍ଲବ ବାହାରେ ବମ ପକାଇବା ସହ ଗାଡ଼ି ଭଙ୍ଗା ରୁଜା କରିଥିବାର ଅଭିଯୋଗ ହୋଇଛି । ସହିଦ ନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି । ସିସିଟିଭି ଫୁଟେଜକୁ ଯାଂଚ କରୁଛି ପୋଲିସ ।