କେନ୍ଦୁଝର ଜିଲ୍ଲାରେ ନିଶ୍ଚିତ ଭାବରେ ମେଗା ଇସ୍ପାତ କାରଖାନା ହେବ । ଆଜି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଖବରଦାତାଙ୍କୁ ଏଭଳି କହିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀ ଓ ମୁମ୍ବାଇରେ ରୋଡ଼ ଶୋ ବେଳେ ପୋସ୍କୋ ଓ ଜେଏସଡ଼ବ୍ଳ୍ୟୁଙ୍କ ସହିତ କଥାବାର୍ତା କରିଥିଲି । ମୁମ୍ବାଇରେ ଉତ୍କର୍ଷ ଓଡ଼ିଶା ଓ ମେକ୍ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ବେଳେ ଦୁଇ କମ୍ପାନୀ ଓଡ଼ିଶାରେ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ଚୁକ୍ତିନାମା ସାକ୍ଷର କରିଥିଲେ। ତେବେ ସେମାନେ କେନ୍ଦୁଝର ଜିଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିବେ ବୋଲି ସୂଚନା ଦେଇଥିଲେ।
ପ୍ରକାଶ ଯେ, କେନ୍ଦୁଝର ଜଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ କଞ୍ଚାମାଲ ଲୁହାପଥର ସମେତ ସମସ୍ତ ଭିତ୍ତିଭୂମିର ସୁବିଧାସୁଯୋଗ ରହିଛି। ଜାତୀୟ ରାଜପଥ, ରେଳପଥ, ଖଣି, ବୈତରଣୀ ନଦୀପାଣି ଆଦି ରହିଛି। ପୂର୍ବରୁ ପ୍ରସ୍ତାବିତ ଆର୍ସେଲର ମିତଲ ପାଇଁ ପାଟଣା, ଉତ୍ତମ ଗଲଭା ପାଇଁ ପଳାଶପଂଗାରେ ପ୍ରସ୍ତାବିତ ସ୍ଥାନ ବ୍ୟତୀତ ତରମାକାନ୍ତ ଚା’ ବାଗନ ଜମିରେ ହେବା ସମ୍ଭାବନା ରହିଛି।