ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି । ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ଆଲୋଚନାରୁ ଜଣାପଡ଼ିଛି ଯେ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ । କାର୍ତିକ ମାସ ହେତୁ ଏବେ ଶ୍ରଦ୍ଧାଳୁଙ୍କ ଭିଡ଼ ରହୁଛି ଜଗନ୍ନାଥ ମନ୍ଦିରରେ । ଏଣୁ କାର୍ତିକ ମାସ ପରେ ରତ୍ନଭଣ୍ଡାରରେ ଥିବା ଫାଟର ମରାମତି କାମ କରାଯିବ । ଏହାପରେ ରତ୍ନଭଣ୍ଡାର ଗଣତିମଣତି କାମ ଆରମ୍ଭ ହେବ ।
ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି । ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ଆଲୋଚନାରୁ ଜଣାପଡ଼ିଛି ଯେ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ ।