ଦୀପାବଳି ପରେ ବଢ଼ିଲା ଗ୍ୟାସ ଦର । ଆଜିଠାରୁ ଏଲପିଜି ଗ୍ୟାସର ଦର 62 ଟଙ୍କା ବୃଦ୍ଧି ପାଇଛି । ତୈଳ କମ୍ପାନୀ 19 କିଲୋର ବାଣିଜ୍ୟିକ ସିଲିଣ୍ଡର ଉପରେ ଏଲପିଜି ଦର ବୃଦ୍ଧି କରିଛନ୍ତି ।
ତେବେ 14.2 କିଲୋର ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତନ ହୋଇନାହିଁ । ଅର୍ଥାତ ଘରେ ରନ୍ଧା ଯାଉଥିବା ଏଲପିଜି ଦରରେ କୌଣସି ପରିବର୍ତନ ହୋଇନାହିଁ । ଏହା ଅବଶ୍ୟ ଗ୍ରାହକଙ୍କ ପାଇଁ ଚିନ୍ତା ନୁହେଁ ।
ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ହିଁ ଏଲପିଜି ସିଲିଣ୍ଡରର ଦର ସ୍ଥିର ହୋଇଥାଏ । କମ୍ପାନୀମାନେ ନିଜର ଖର୍ଚ୍ଚ ଓ ମହଙ୍ଗାକୁ ଦୃଷ୍ଟିରେ ରଖି ଏହି ଦର ସ୍ଥିର କରିଥାନ୍ତି ।ଏହି ଦର ବଢ଼ିବା ପରେ ଦିଲ୍ଲୀରେ ସିଲିଣ୍ଡର୍ ଦର ୧୭୪୦ରୁ ବଢ଼ିକରି ୧୮୦୨ରେ ପହଞ୍ଚିଛି। ସେହିପରି କୋଲକାତାରେ ସିଲିଣ୍ଡର୍ର ଦର ୧୮୫୦.୫୦ରୁ ବୃଦ୍ଧି ପାଇ ୧୯୧୧.୫୦ ଟଙ୍କା ହୋଇଛି।
ମୁମ୍ବାଇରେ ୧୯ କିଲୋର ସିଲିଣ୍ଡର୍ର ଦର ୧୬୯୨.୫୦ ସ୍ଥାନରେ ୧୭୫୪ ଟଙ୍କା ହୋଇଯାଇଛି। ଚେନ୍ନାଇରେ ପୂର୍ବରୁ ୧୯୦୩ ଟଙ୍କା ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୯୬୪ ଟଙ୍କା ହୋଇଛି।