ଦେଶ ନଜର ରଖିଛି । ଏହି ସମୟରେ ଏକ ପ୍ରି ପୋଲ ସର୍ଭେ ବାହାରିଛି । ଯେଉଁଥିରେ ଏମଭିଏର ଏକ ବଡ଼ି ସୁବିଧା ହେଉଥିବା ଜଣାପଡ଼ିଛି । ସର୍ଭେ ଅନୁଯାୟୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏମଭିଏ 157 ଟି ଆସନ ପାଇପାରେ । ଏଥିରେ କଂଗ୍ରେସ 68 ଟି ସିଟ , ଏନସିପି ( ଏସପି ) କୁ 44 ଟି ସିଟ ଶିବସେନା ( ୟୁବିଟି) 41 ସିଟ, ସମାଜବାଦୀ ପାର୍ଟି 1 ସିଟ , ସିପିଆଇ 1 ସିଟ ଏବଂ ପିଡବ୍ଲ୍ୟୁପିକୁ ୨ ସିଟ ମିଳିପାରେ।
ପ୍ରି ପୋଲ ସର୍ଭେ ଅନୁଯାୟୀ ଭାଜପା 79 ଟି ସିଟ , ଶିବସେନା 23 ଟି ସିଟ , ଏନସିପି 14 ଟି ସିଟ , RYSP ଗୋଟିଏ ସିଟ ଏବଂ ଅନ୍ୟମାନେ ୧୪ ଟି ସିଟ ପାଇପାରନ୍ତି।
ମହାରାଷ୍ଟ୍ରରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ଖରାପ ପ୍ରଦର୍ଶନ ପରେ ବିଧାନସଭା ନିର୍ବାଚନ ଭାଜପା ପାଇଁ କଠିନ ଯୁଦ୍ଧରେ ପରିଣତ ହୋଇଛି । ଯଦିଓ ସର୍ଭେରୁ ଜଣାପଡ଼ିଛି ଯେ ଏମଭିଏ ସରକାର ଗଠନ କରିପାରେ । ଅଖିଳେଶ ଯାଦବଙ୍କ ସମାଜବାଦୀ ପର୍ଟି ଏବଂ ଏଆଇଏମଆଇଏମ ମୁଖ୍ୟ ଅସବୁଦ୍ଦିନ ଓଓ୍ବାଇସିଙ୍କୁ ଏଠାରେ କ୍ଷତି ସହିବାକୁ ପଡ଼ିପାରେ । 2019 ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଉଭୟ ଏସପି ଏବଂ ଏଆଇଏମଆଇଏମ ପ୍ରତ୍ୟେକଙ୍କୁ 2 ଟି ସିଟ ମିଳିଥିଲା ।
ସମାଜବାଦୀ ପାର୍ଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ 9 ଜଣ ପ୍ରାର୍ଥୀଙ୍କୁ ନାମାଙ୍କ କରାଇ MVA ର ଟେନସନ ବଢାଇ ଦେଇଛି । କାରଣ ସେ ଯେଉଁଠାରେ ବି ପ୍ରାର୍ଥୀ ଦେଇଛନ୍ତି ଅଧିକାଂଶ ଆସନ ମୁସଲିମ ଭୋଟରଙ୍କ ପ୍ରଭାବ ରହିଛି । ଏସପି ଫିଲ୍ଟ କରିଥିବା । 9 ଜଣ ପ୍ରାର୍ଥୀଙ୍କ ମଧ୍ୟ୍ୟରୁ 7 ଜଣ ମୁସଲମାନ । ମହାରାଷ୍ଟ୍ର ନିର୍ବାଚନରେ ଅସଦୁଦ୍ଦିନ ଓଓ୍ବାଇସିଙ୍କ ଦଳ AIMIM ୧୪ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ଏହି ସର୍ଭେରେ ଉଭୟ ଦଳ ଗୋଟିଏ ଆସନ ପାଇବେ ବୋଲି ଆଶା କରାଯାଉଛି।